ବ୍ରାଉନ୍ ସୁଗାର ଜବତ ଅଭିଯୁକ୍ତର ଫେରାର ଉଦ୍ୟମ
ଯାଜପୁର ଟାଉନ: ଯାଜପୁର ଅବକାରୀ ବିଭାଗ ପକ୍ଷରୁ କୁଆଁସରପୁର ଚାଲୁଣିଆ ସାହିରେ ଚଢାଉ କରାଯାଇ ୩୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବା ସହିତ ଜଣେ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ ହୋଇଥିବା ବେପାରୀ ରଞ୍ଜନ କୁମାର ପାତ୍ର (୨୫) ହୋଇଥିବ ବେଳେ ବ୍ରାଉନସୁଗରର ଆନୁମାନିକ ମଲ୍ୟ ୩ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି କୁହାଯାଇଛି । ଅଭିଯୁକ୍ତ ରଞ୍ଜନକୁ ଗିରଫ କରାଯାଇ ଅବକାରୀ ଅଫିସ ଅଣାଯାଇଥିବାବେଳେ ଅଫିସର ସ୍କାଇଲାଇଟ୍ ଭାଙ୍ଗି ଫେରାର ହେବାପାଇଁ ଚେଷ୍ଟା କରୁଥିବାବେଳେ ତାକୁ କାବୁ କରାଯାଇଥିଲା । ଅବକାରୀ ବିଭାଗ ପକ୍ଷରୁ କେସ ନଂ୧୩୩/୨୪ ମୁତାବକ କେଶ୍ ରୁଜୁ କରାଯାଇ ରଞ୍ଜନକୁ କୋର୍ଟ ଚାଲାଣ କରାଯାଇଛି ।