ମନୋଜ ଆହୁଜାଙ୍କ ଶେଷ ସଚିବ ସ୍ତରୀୟ ବୈଠକ  

ମନୋଜ ଆହୁଜାଙ୍କ ଶେଷ ସଚିବ ସ୍ତରୀୟ ବୈଠକ  

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଶେଷ କାର୍ଯ୍ୟକାଳ ଦିବସ। ଆଜିଠାରୁ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ଆହୁଜା । ଏହି ଅବସରରେ ଲୋକ ସଭା ଭବନରେ ଏକ ଶେଷ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇଛି । ଶେଷ ସଚିବ ସ୍ତରୀୟ ବୈଠକରେ ବିଭାଗୀୟ ସଚିବମାନଙ୍କ ସହ ଓଡ଼ିଶାର ପ୍ରଗତି ଓ ବିକାଶକୁ ନେଇ ଆଲୋଚନା କରାଯାଇଛି । ଅନ୍ୟପଟେ ଆଜି ନୂତନ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିବେ। 


   ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ମୋ କାର୍ଯ୍ୟକାଳ ଭିତରେ ବହୁତ ଭଲ ସମନ୍ୱୟ ଆଉ ଟିମ୍‌ ୱାର୍କ ଥିଲା । ଆଜି ସଚିବ ସ୍ତରୀୟ ବୈଠକରେ ମଧ୍ୟ ସେନେଇ ଆଲୋଚନା ହେଲା । ଓଡ଼ିଶାବାସୀଙ୍କ କେମିତି ଇଜ ଅଫ ଲିଭିଙ୍ଗ ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସରେ ସୁଧାର ଆସିପାରିବ, ଓଡ଼ିଶାକୁ ଯେତିକି ନିବେଶ ଆସୁଛି ସେଥିରୁ କିଛି କ୍ଷେତ୍ରକୁ ନେଇ ବିଶ୍ୱସ୍ତରର ହୋଇପାରିବ ସେନେଇ ଆଲୋଚନା ହେଲା । ଦେଢ଼ ବର୍ଷରେ ରାଜ୍ୟ ସରକାରଙ୍କୁ ବହୁତ ଉପଲବ୍ଧି ମିଳିଛି । ଅଳ୍ପ ସମୟ ଭିତରେ ସୁଭଦ୍ରା ଭଳି ବଡ଼ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେଉଛୁ । ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ ସବସିଡି ମିଳିଛି, ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି ବୋଲି ମନୋଜ ଆହୁଜା କହିଛନ୍ତି ।