ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର: ବନ୍ଧା ହେଲା ମଦ ବେପାରୀ
ଢେଙ୍କାନାଳ/ଓଡ଼ପଡା : ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମ ସାଜିଛି ଚୋରା ମଦ ବେପାରୀଙ୍କର ସୁରକ୍ଷା ଜାଗା ବୋଲି ଖବରକାଗଜରେ ପ୍ରକାଶ ପାଇଥିଲା । ଏହାକୁ ପ୍ରଶାସନର ନଜରକୁ ଆଣିବା ଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସୂଚନା ଅନୁସାରେ, ସୂର୍ଯ୍ୟପ୍ରଭା ଖବରକାଗଜରେ ପ୍ରକାଶିତ ହେବା ପରେ ଜିଲ୍ଲା ଅବକାରୀ ବିଭାଗ ଆଜି ତତ୍ପରତା ଦେଖାଇଥିଲା । ରବିବାର ଦିନ ଅପରାହ୍ନ ସମୟରେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଅଙ୍କରାନ୍ତିପୁର ଗ୍ରାମରେ ଚଢ଼ାଉ କରାଯାଇଥିଲା । ଅବକାରୀ ବିଭାଗ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମଙ୍ଗରାଜ ରାଉତଙ୍କୁ ଗିରଫ କରିବା ସହ ତାଙ୍କ ଉଠା ଦୋକାନରୁ ମଦ, ଗ୍ରାମ ଭିତରେ ଥିବା ଘରେ ଚଢ଼ାଉ କରି ବିଅର ଜବତ କରାଯାଇଛି ।