ମନ୍ତ୍ରବାସୁଳୀ ସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ସ୍ଥିତ ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ୨୦୨୪-୨୫ ଶିକ୍ଷାବର୍ଷର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନଶିକ୍ଷକ ସରୋଜ ଓଝାଙ୍କ ପ୍ରଚେଷ୍ଟା ଫଳରେ ସ୍କୁଲ ଏହି ଗୌରବ ଲାଭ କରିପାରିଛି । ଭୁବନେଶ୍ୱର ସ୍ଥିତ କୃଷିଶିକ୍ଷା ସଦନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଓ ପ୍ରକୃତି ମିତ୍ର ପୁରଷ୍କାର ବିତରଣ ଉତ୍ସବ ୨୦୨୫ରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରଧାନଶିକ୍ଷକ ସରୋଜ ଓଝା ମଞ୍ଚାସୀନ ଅତିଥିଙ୍କ ନିକଟରୁ ପ୍ରକୃତି ମିତ୍ର ପୁରଷ୍କାର ଗ୍ରହଣ କରିଥିଲେ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ୱରଙ୍କ ଦ୍ୱାରା ପରିଚାଳିତ ଏହି ପୁରଷ୍କାର ପାଇଁ ଶ୍ରୀ ଓଝା ବିଦ୍ୟାଳୟସ୍ତରରେ ବର୍ଷବ୍ୟାପୀ ପରିବେଶ ସଚେତନତା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମମାନ କରାଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ ବିଭାଗ ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ ।