ବିଦେଶୀ ମଦ ଜବତ
ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବିରିଡି ଛକରୁ ଗତ ଗୁରୁବାର ରାତ୍ର ୧୦.୫୦ ମି. ସମୟରେ ୭ଲିଟର ବିଦେଶୀ ମଦ ଜବତ କରାଯାଇଛି । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜାନୁଗଞ୍ଜ ଅଞ୍ଚଳର ରାଜେଶ ସାହୁ(୩୦) ୪୦ ବୋତଲ ନଂ ୱାନ ମାକ ଡୋୱେଲ ପ୍ରତ୍ୟକ ୧୮୦ ମିଲିଲିଟର ବେଆଇନ ଭାବେ ବିକ୍ରୟ କରୁଥିବା ବେଳେ କନଷ୍ଟେବଳ ବିଚିତ୍ରାନନ୍ଦ ବେହେରା କାବୁ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ଥାନାରେ ୨୭୬/୨୫ନଂ ମାମଲା ଋଜୁ କରାଯାଇଥିବା ଜଣାଯାଇଛି ।