ରାସ୍ତା ଉପରେ ଗୃହ ନିର୍ମାଣକୁ ବିରୋଧ
ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଧିନ ପଳିକିରି ଗୋପାଳ ଓ ସାହୁସାହି ଶ୍ରୀ ଜଗନ୍ନାଥ କମୁ୍ୟନିଟି ସେଣ୍ଟରର ମରାମତି ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ତିନି ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଯାହାର ସୂଚନା ଫଳକ ମଧ୍ୟ ପଞ୍ଚାୟତ ସମିତି ଧାମନଗର ପକ୍ଷରୁ ଲଗାଯାଇଛି ।
ସୂଚନା ଥାଉକି ଏହି କାର୍ଯ୍ୟର କାର୍ଯ୍ୟାଦେଶ ହେଉଛି ସରକାରୀ କର୍ମଚାରୀଙ୍କ ନାମରେ ଅଛି କିନ୍ତୁ ବର୍ତ୍ତମାନର ଦଳୀୟ କର୍ମୀ ଓ ସରକାରୀ ଅଧିକାରୀ ଉଭୟଙ୍କ ସଲାଶୁତରାରେ ସରକାରି ନିୟମକୁ ଉଲଘଂନ କରି ଏହି ପ୍ରକଳ୍ପ ମଞ୍ଜୁର ହୋଇଥିବା ସ୍ଥାନରେ ନକରି ଅନ୍ୟ ଏକ ସ୍ଥାନରେ ନିର୍ମାଣ ହେବାକୁ ନେଇ ଗ୍ରାମବାସୀ ମାନେ ବ୍ଲକରେ ପୂର୍ବ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ଏଯାଏଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସୂଚନା ଅନୁଯାୟୀ ଗ୍ରାମବାସୀଙ୍କ କହିବା କଥା ଠାକୁର ଘରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆସିଛି ସେହି ସ୍ଥାନରେ ଖର୍ଚ୍ଚ ହେଉ ନୂତନ ତଥା ରାସ୍ତା ଉପରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ମାନେ ପୁଣି ଧାମନଗର ବିଡ଼ିଓ, ତହସିଲଦାର ଏବଂ ଆଇଆଇସିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ସମସ୍ୟାକୁ ଯଥାଶୀଘ୍ର ସମାଧାନ ନକଲେ ଆଗକୁ ରାଜରାସ୍ତାରେ ଆନେ୍ଦାଳନ କରାଯିବ ବୋଲି ଅଭିଯୋଗକାରି ନାରାୟଣ ଚନ୍ଦ୍ର ଦାସ, ପର୍ଶୁରାମ ଦାଶ, ରଘୁନାଥ ଦାସ, କରୁଣାକର ଦାସ, ନରେନ୍ଦ୍ର କୁମାର ଦାସ, ନାରାୟଣ ଚନ୍ଦ୍ର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।
ଏ ନେଇ ଧାମନଗର ଭାରପ୍ରାପ୍ତ ତହସିଲ ଦାର ସାଇ ଶିଲୋନା ତାଙ୍କ ସୁପରଭାଇଜରଙ୍କ ଜରିଆରେ କାମ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେଇ ଥିଲେ । ଏପରିକି ଚିଠି ନମ୍ବର ୨୦୮୫/୨୫ ରେ ଧାମନଗର ବିଡ଼ିଓଙ୍କୁ ମଧ୍ୟ ଏହି କାମ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ବେଆଇନି ଭାବେ ଏହି ସରକାରୀ କାର୍ଯ୍ୟକୁ ଏପରି କି ମନ୍ଦିର କାମରେ ଆସିଥିବା ସରକାରୀ ଟଙ୍କାକୁ ଠିକାଦାର ମନମୁଖୀ ଭାବେ କରୁଛନ୍ତି । ସୂଚନା ଥାଉକି ଏହି ବେଆଇନି କାମକୁ ବନ୍ଦ ପାଇଁ ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଧାମନଗର ତହସିଲ ଦାର ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଠିକାଦାର ଜୋର୍ ଜବରଦସ୍ତ ଏହି କାର୍ଯ୍ୟ କରୁଛନ୍ତି । ତେବେ କାହା ଇଙ୍ଗିତ ଏପରି କାର୍ଯ୍ୟ କରା ଯାଉଥିବା ଧାମନଗର ବିଡିଓ ବନବିହାରୀ ଦିନ୍ଧା ଙ୍କୁ ପଚାରିବାରୁ ମୁଁ କିଛି ଜାଣି ନାହିଁ ବୋଲି ସେ କହିଥିଲେ । ଏ ନେଇ ଧୀରେ ଧୀରେ ଜନ ଅସନ୍ତୋଷ ଦେଖା ଦେଇଛି ।