ମନ୍ଦିର ସମ୍ମୁଖରୁ ଆମିଷ ଦୋକାନ ଉଚ୍ଛେଦ ଦାବି
ଭଣ୍ଡାରୀପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ଛତାବର ବଜାର ମା’ ତାରେଣୀ ମନ୍ଦିର ଓ ରାମ ମନ୍ଦିର ସମ୍ମୁଖରୁ ମାଛ ମାଂସ ଦୋକାନ ଉଚ୍ଛେଦ ଦାବି ହୋଇଛି । ଉକ୍ତ ମନ୍ଦିର ସମ୍ମୁଖରେ ଥିବା ସରକାରୀ ଜମିକୁ ଜବରଦଖଲ କରି ମାଛମାଂସ ଦୋକାନ କରାଯିବା ଦ୍ୱାରା ମନ୍ଦିର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେବା ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି । ଏହାଦ୍ୱାରା ଶ୍ରଦ୍ଧାଳୁମାନେ ମନ୍ଦିରରେ ଉପଯୁକ୍ତ ଭାବେ ପୂଜାର୍ଚ୍ଚନା କରିବାରେ ବ୍ୟାଘାତ ସୃଷ୍ଟି ହୋଇଛି । ସମାଜସେବୀ ଚନ୍ଦ୍ରଶେଖର ରାଉତ ମାଛମାଂସ ଦୋକାନ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର ଗୁରୁବାର ପ୍ରଦାନ କରିଥିବା ଜଣାଯାଇଛି ।