ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମା’ ମୃତ, କୁନି ଝିଅ ଗୁରୁତର
ତାଳଚେର : ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଡ଼ିଏଭି ସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା’ର ମୃତୁ୍ୟ ଘଟିଥିବାବେଳେ କୁନି ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ତାଳଚେର ହାଣ୍ଡିଧୂଅାଁ ସ୍ଥିତ ରେଳଷ୍ଟେସନରେ ଲୋକ ପାଇଲଟ୍ ଭାବେ କାର୍ଯ୍ୟରତ ବ୍ରହ୍ମପୁର ଅଞ୍ଚଳର ନିରାକାର ସାହୁଙ୍କ ଧର୍ମପନôୀ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ନଂ- ଓଡ଼ି୩୫-ବି- ୩୪୬୨ ଯୋଗେ ତାଙ୍କ ଝିଅକୁ ଦେଉଲବେଡ଼ା ସ୍ଥିତ ଡ଼ିଏଭି ସ୍କୁଲକୁ ଛାଡ଼ିବାକୁ ନେଉଥିବାବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ଓଡ଼ି୦୯-ପି-୨୭୪୩ ଆଲମ୍ ନେଇ ଏମସିଏଲ ଜଳବିଭାଗକୁ ଯାଉଥିବା ଅବସ୍ଥାରେ ତାଙ୍କୁ ପଛପାଖରୁ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ପଡ଼ି ଗାଡ଼ିର ଚକାତଳେ ପଡ଼ି ଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିବାବେଳେ ସ୍କୁଟିର ପଛପାଶ୍ୱର୍ରେ ବସିଥିବା ୪ର୍ଥଶ୍ରେଣୀରେ ଅଧ୍ୟୟନ କରୁଥିବା ତାଙ୍କର କୁନିଝିଅ ଗୁରୁତର ଆହାତ ହୋଇଥିଲେ । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ରୁଣ୍ଢ ହେବା ସହିତ କୁନି ଛୁଆକୁ ତୁରନ୍ତ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଡ଼ାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବିରେ ଅଡ଼ି ବସିଥିବା ଜଣାପଡ଼ିଛି ।