ମହାକାଳପଡା ବ୍ଲକ୍ ଅନାସ୍ଥା ଭୋଟ : ବିଜେଡି ଚିତ୍ପଟାଙ୍ଗ, ହାରିଲେ କଳ୍ପନା

 କେନ୍ଦ୍ରାପଡା :  ଆଜି ଥିଲା ମହାକାଳପଡ଼ା ବ୍ଲକର ବହୁ ଚର୍ଚ୍ଚିତ ବ୍ଲକ ଅଧ୍ୟକ୍ଷା ପାଦବୀ ନିମନ୍ତେ ଅନାସ୍ଥା ଭୋଟ । ଉଭୟ ବିଜେପି ଓ ବିଜେଡି ଦଳର ମୁଖିଆଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବହୁ ଛକା ପଞ୍ଝା କୋର୍ଟ, କଚେରୀ ମାମଲା ଏବଂ ଧାଁ ଧପଡ଼ ପରେ ଆଜିର ଦିନକୁ ନିଧାର୍ଯ୍ୟ ତାରିଖ ରୂପେ କୋର୍ଟ ପକ୍ଷରୁ ଧର୍ଯ୍ୟ କରାଯାଇ କଡା ନିରାପତ୍ତା ଓ ପୋଲିସର ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଉପଜିଲ୍ଲାପାଳ ଅରୁଣ ନୟକଙ୍କ ଉପସ୍ଥିତିରେ ସାଂସଦ ଏବଂ ବିଧାୟକଙ୍କୁ ଛାଡିଲେ ପାଖାପାଖି ସର୍ବ ମୋଟ ୬୨ ଜଣ ଭୋଟରଙ୍କୁ ନେଇ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା ।
 ସେଥି ମଧ୍ୟରୁ ବିଜେପି ଦଳ ସର୍ବମୋଟ ୪୯ ଖଣ୍ଡ ଭୋଟପାଇ ବାଜିମାତ କରି ଥିବାବେଳେ, ବିଜେଡି ମାତ୍ର ୧୩ ଖଣ୍ଡ ଭୋଟ ପାଇ ହାରିଛି । ବିଜେଡି ହାତ ମୁଠାରୁ ବ୍ଲକ ଅଧ୍ୟକ୍ଷା ପାଦବୀ ଚାଲି ଯାଇଛି । ବିଜେଡି ହାତରୁ ବ୍ଲକ୍ ଅଧ୍ୟକ୍ଷା ପଦବୀ ଚାଲି ଯିବାପରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗଡ଼ କୁହାଯାଉଥିବା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି କହିଲେ ଭୁଲ୍ ହେବନି । ମହାକାଳପଡ଼ା ବ୍ଲଜ ବିଜେଡି ଗଡ଼ ଏବେ ବିଜେପି ମୟ ପାଲଟିବାକୁ ଯାଉଛି  । ଅତନୁଙ୍କର ସଂକୁନୀ ପଶାପାଲି ଗୋଟି ଚାଳନା ଏବେ ସ୍ଥାନୀୟ ବିଧାୟକ ଦୁର୍ଗା ପ୍ରସାଦ ନୟକଙ୍କ ହାତ ମୁଠାରେ ବୋଲି ଚର୍ଚ୍ଚା ଯୋର ଧରିଲାଣି । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ବିଜେପି ତାର ହାତ ମୁଠାକୁ ନେଇଯିବା ପରେ ହୁଏ ତଃ ଅତନୁଙ୍କ ପାଇଁ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ବା ବ୍ଲକ ଆଜିଠାରୁ ରାଜନୈତିକ ପଶାପଲ୍ଲୀ ଖେଳର ଶେଷଦିନ ରୂପେ ଧରି ନେବା ଉଚିତ ବୋଲି କେହି କେହି କହୁଥିବା ବେଳେ ଆଉ କେହି କେହି ବିଜେଡି ପାଇଁ ଏହା ମଧ୍ୟ ଶେଷ ତାରିଖ ବୋଲି ମଧ୍ୟ କହିଲେଣି  । ଅନାସ୍ଥା ଭୋଟ ଶେଷ ହେବାପରେ ପରେ ମହାକାଳପଡ଼ା ଠାରେ ବିଜେଡି ଦଳୀୟ ରାଜନୀତିରେ ଏବେଠାରୁ ପୂର୍ଣ୍ଣଛେଦ ପଡିଲା ବୋଲି ବହୁ ଦିନରୁ ନିଜ ନିଜ ମଧ୍ୟରେ ଦଳୀୟ କନ୍ଦୋଳରେ ଫସି ରହିଥିବା କିଛି ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଫୁସୁରୁ ଫାସର ମଧ୍ୟ ଆରମ୍ଭ ହୋଇଥିବା ଶୁଣିବାକୁ ମିଳିଲାଣି  । କୁଆଡେ ୨୪ ବର୍ଷର ବିଜେଡି ସରକାର ସାଶନ କାଳ ମଧ୍ୟରେ ମାରିପିଟି, ଗରିବ, ଅସହାୟ ଲୋକ ମାନଙ୍କ ପେଟକୁ ଲାତମାରି ଯାହା ସବୁ ଖାଇଥିଲା ତାହାର ଏସବୁ ପ୍ରତିଫଳନ ବୋଲି ବ୍ଲକ ବାସିନ୍ଧାମାନେ ନିଜ ନିଜ ପ୍ରତିକ୍ରିୟାୟର କହିଥିବା ଶୁଣିବାକୁ ମିଳିଛି  । ଅନାସ୍ଥା ଭୋଟରେ ଜିତି ବିଜେପି ଯେତିକି ଖୁସି ପ୍ରକଟ କରୁଛି ବିଜେଡି ଦଳ ହାରିବା ପରେ ହାଇ କମଣ୍ଡଙ୍କ ତାଗିଦ ଗାଳି ଏବଂ ଅନୁ ତାପରେ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି  ।