ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ସହର ପରିକ୍ରମା କଲା ୮୦ "ଜୁଲୁସ’ ଓ "କାଫେଲା
ଭଦ୍ରକ : ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ହଜରତ ପ୍ରଫେଟ ମହମ୍ମଦଙ୍କ ୧୫୦୦ ତମ ଜୟନ୍ତୀ (ଜଶ୍ନ -ଏ-ଇଦ ମିଲାଦୁନ ନବୀ ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ସମଗ୍ର ଭଦ୍ରକ ସହର ଉସôବ ମୁଖର ହୋଇ ଉଠିଥିଲା । ପୁରୁଣା ବଜÿାର ସ୍ଥିତ ଚୌଖଣ୍ଡିରୁ ଶୁଭାରମ୍ଭ ହୋଇଥିଲା । ଏହି ଉସôବକୁ ଭଦ୍ରକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲାଙ୍କ ପୌରହିତରେ ଓ ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ଇଦ ମିଲାଦୁନ ନବୀ ତଥା ସୀରତ କମିଟିର ସଭାପତି ହାଜି ଅବଦୁଲ ମୁକିତ ଖାନ , ସୀରତ କମିଟିର ସାଧାରଣ ସମ୍ପାଦକ ଇଂ. ହବିବୁଲ୍ଲା ଖାନ, ସୀରତ କମିଟିର କାର୍ଯ୍ୟକାରୀ ସଭାପତି ଅସରଫ ଅଲି ଖାନ, କୋଷାଧକ ଶେଖ ଅବୁକାଲାମ, ହାଜି ଏସଏମ ଫାରୁକ, ହାଜି ଶେଖ ଅବୁ ସୁଫିଆନ, ଭଦ୍ରକର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ନଳିନୀ ମହାନ୍ତି, ସୁଧାକର ରାଉତ, ଦିଲୀପ ନାୟକ, ରାଜୁ ଜେନା, ହରୀ ନନ୍ଦୀ, ଲିଗାଲ ସେଲ ଜମିଲ ଅଖତର ଖାନ ଓ ତାହେର ମହମ୍ମଦ, ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ,ଉପ ସଭାପତି -ଇଂ ରେଜାଏ ରସୁଲ, ହାଜି ଅବୁ ହୋସେନ ସେକ ହବିବୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୁଭାରମ୍ଭ ସନ୍ଧ୍ୟା ୫. ୩୦ ଘଟିକା ସମୟରେ ଆରମ୍ଭ ହୋଇଥିଲା । ୮୦ ଟି ସୁସଜ୍ଜିତ ଚିତ୍ତାକର୍ଷକ "ଜୁଲୁସ’ ଓ "କାଫେଲା’ ଚୌଖଣ୍ଡିରୁ ବାହାରି ବାଙ୍କା ଛକ , ପୁରୁଣା ବଜÿାର, ଲାହାପଟ୍ଟୀ , ପାଟଣାସାହି, ନଂଘା ମହଲ୍ଲା , ହଜାରି ନଗର , କଚେରୀ ବଜÿାର, ନୂଆ ବଜÿାର, କଦମବେଢା, ଶଙ୍କରପୁର ଛକ ଓ ହେଲାସାହି ଛକ ଦେଇ ସହର ପରିକ୍ରମା କରି ମଦିନା ମଇଦାନ ଠାରେ ପହଞ୍ଚିଥିଲା । ଭଦ୍ରକ ଏକ ଭାଇଚାରା ସହର ଓ ଏହି ସହରରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଏକ ହୋଇ ପାର୍ବପର୍ବାଣି ପାଳନ କରିଥାନ୍ତି । ମଦିନା ମଇଦାନରେ ରାତ୍ରି ୯ ଘଟିକା ସମୟରେ କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏହି ଧର୍ମସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମୌଲାନା (ପଣ୍ଡିତ ), ସାଏର (କବି) ଯୋଗଦାନ କରି ହଜରତ ପ୍ରଫେଟ ମହମ୍ମଦଙ୍କ ତ୍ୟାଗପୁତ୍ର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।