ସୃଜନର ଭିନ୍ନ ପରିଭାଷା ଦ୍ୱିତୀୟ ‘ସାଳନ୍ଦୀ ସାହିତ୍ୟ ସଂଗମ' ଉଦ୍ଘାଟିତ
ଭଦ୍ରକ : ସ୍ଥାନୀୟ ସଂଗମ କନଭେନସନ୍ ଠାରେ ପୁସ୍ତକ ପ୍ରକାଶନ ସଂସ୍ଥା ‘ଟାଇମପାଶ୍' ଆୟୋଜିତ ଦ୍ୱିତୀୟ ସାଳନ୍ଦୀ ସାହିତ୍ୟ ସଂଗମ ପୂର୍ବତନ ସଂସ୍କୃତି ସଚ୍ଚିବ ତଥା ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାଙ୍କଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉସôବରେ ସାରଳା ପୁରସ୍କାର ପ୍ରାପ୍ତ ଔପନ୍ୟାସିକା ସରୋଜିନୀ ସାହୁ, ଡ. ମିହିର କୁମାର ସାହୁ, ସମ୍ମାନନୀୟ ଅତିଥିଭାବରେ ଯୋଗ ଦେଇଥିଲେ । ସାଳନ୍ଦୀ ସାହିତ୍ୟ ସଂଗମ କଳା, ସାହିତ୍ୟ ଓ ସଂକୃତିର ଏକ ଆନେ୍ଦାଳନ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ପବିତ୍ର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ‘ନିତ୍ୟାନନ୍ଦ ମହାପାତ୍ର ଉପନ୍ୟାସ ପୁରସ୍କାର' ଔପନ୍ୟାସିକ ରାମଚନ୍ଦ୍ର ବେହେରାଙ୍କୁ ‘ଲକ୍ଷ୍ମୀନାରାୟଣ ମହାନ୍ତି ଅନୁବାଦ ପୁରସ୍କାର' ଅନୁବାଦିକା ସ୍ନେହପ୍ରଭା ଦାସଙ୍କୁ, ‘ମନମୋହନ ସାବତ ସଂଗୀତ ପୁରସ୍କାର' ତାନସେନ ସିଂଙ୍କୁ ଓ ‘ନିରଦ ମହାପାତ୍ର ଚଳଚ୍ଚିିତ୍ର ପୁରସ୍କାର' ନିଦେ୍ର୍ଦଶକ ବସନ୍ତ ସାହୁଙ୍କୁ ଅର୍ପଣ କରାଯାଇଥିଲା । ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କାର ଅର୍ଥ ରାଶି, ସମ୍ମାନ ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ପରେ ପରେ ସାଳନ୍ଦୀ ସାହିତ୍ୟ ସଂଗମର ଉପଦେଷ୍ଟା ରାଧାବିନୋଦ ନାୟକ, ଝରଣା ପଟ୍ଟନାନାୟକ, ପ୍ରଭାତ ନଳିନୀ ମହାପାତ୍ର, ବାସୁଦେବ ବାରିକ, ରାଧାରାଣୀ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବହଳୀ ଓ ଡା. ବିକାଶ ନାରାୟଣ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିବସରେ ଏଗାର ଗୋଟି କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା । ‘ଗଳ୍ପାଭିନୟ'ରେ କାନ୍ତକବି ଗଳ୍ପ ପୁରସ୍କାରରେ ସମ୍ମାନିତ କଥାକାର ତରୁଣକାନ୍ତି ମିଶ୍ରଙ୍କ ଏକ ଗଳ୍ପର ମଞ୍ଚାଭିନୟ କରିଥିଲେ ପ୍ରାଚୀତାରା । ତରୁଣକବି/ଲେଖକଙ୍କୁ ନେଇ ମିନିଗଳ୍ପ ଓ କବିତା ପାଠର ପ୍ରତିଯୋଗିତା ‘ତରୁଣ ତରରଂଗ'କୁ ଉପସ୍ଥାପିତ କରିଥିଲେ କବି ଚିତ୍ତରଂଜନ ନାୟକ । ଶୁଭଶ୍ରୀ ଲେଙ୍କା, ବିଶ୍ୱରଂଜନ ଦାଶ ଏବଂ ଜ୍ଞାନୀ ଦେବାଶିଷ ମିଶ୍ର ଏହାର ନିରକ୍ଷକ ଭାବେ କାର୍ଯ୍ୟକ୍ରମ ସଂପାଦନ କରିଥିଲେ । ସାନ୍ଧ ଅଧିବେଶନରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଷ୍ଠ ପ୍ରତିଯୋଗୀ, ତନ୍ମୟ ଜ୍ୟୋତି ନାୟକ, ସସ୍ମିତା ଘୋଷ ଓ ଅଙ୍କିତ ଧଳଙ୍କୁ ପୁରସ୍କାର ସ୍ୱରୂପ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁଷ୍ପମିତ୍ରା ବେହେରାଙ୍କ ନିଦେ୍ର୍ଦଶନାରେ ସାଇ ନୃତ୍ୟକଳା ଏକାଡେମୀ, ଭଦ୍ରକର କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଉଛି ।