ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ମାଲକାନଗିରି : ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ବିଭାଗ ମାଲକାନଗିରି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ଆନୁକୂଲ୍ୟରେ ପଞ୍ଚମ ମହଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଅନୁଷ୍ଠିତ ହୋଇଛି ।
ସଭାରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ୍ଲ ନନ୍ଦ ଏହି ଦିବସର ତାତ୍ପର୍ଯ୍ୟ ଓ ଜିଲ୍ଲାକୁ କିପରି ମ୍ୟାଲେରିଆ ମୁକ୍ତ କରାଯିବ ସେଥିପାଇଁ ଉପଦେଶ ଦେଇଥିଲେ  । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମଲ୍ଲିକ ମହମଦ ଅଭିଦ ହୁସେନ ମାଲକାନଗିରି ଜିଲ୍ଲାକୁ ୨୦୨୫ସୁଦ୍ଧା ମ୍ୟାଲେରିଆ ମୁକ୍ତ କରିବାକୁ ବକ୍ତବ୍ୟରେ କହିଥିଲେ । ସ୍ୱତନ୍ତ୍ର ଅତିଥି ରୂପେ ଜିଲ୍ଲା ପରିଷଦ ଅତିରିକ୍ତ ପ୍ରଶାସନିକ ଅଧିକାରୀ ରାମଚନ୍ଦ୍ର ଖାଡ଼ିଆ ସମସ୍ତଙ୍କୁ ସାଧାରଣ ଜ୍ଞାନ ପ୍ରଦାନ କରି ମ୍ୟାଲେରିଆ ବିଷୟରେ ବୁଝାଇଥିଲେ  । ସମ୍ମାନନୀୟ ଅତିଥି ଭାବରେ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଓ ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ କହିଥିଲେ ମ୍ୟାଲେରିଆକୁ କିପରି ମୁଳୋତ୍ପାଟନ କରି ଜିଲ୍ଲାକୁ ରୋଗମୁକ୍ତ କରାଯିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।ଏହି ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ଏକ ଶପଥ ପାଠ କରାଯାଇଥିଲା । ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ବିଭାଗ ବ୍ରଜବନ୍ଧୁ ଦାସ ଉପସ୍ଥିତ ରହି ଅଙ୍ଗନୱାଡି କର୍ମୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯର୍୍ୟକ୍ରମରେ ବରିଷ୍ଠ ଅଧିକାରୀମାନେ ସହଯୋଗ କରିଥିଲେ ।