ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ମାତୃତ୍ୱ ଦିବସ ପାଳିତ
ବେତନଟୀ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ମହିଳା ଦିବସ ସଦଭାବନା ଭବନଠାରେ ପାଳିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟ ସଂଚାଳିକା ବରିଷ୍ଠ ରାଜଯୋଗିନୀ ବି କେ ସାବିତ୍ରୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବେତନଟୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସଂଯୁକ୍ତା ଜୀ, ସମ୍ମାନିତ ଅତିଥି ଭାବରେ କୃଷ୍ଣଚନ୍ଦ୍ର ପୁର କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ମନ୍ଦାକିନୀ ବେହେରା, ସବିତା ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ଇକୋ କ୍ଲବ ସଂଯୋଜକ ରମାକାନ୍ତ ମହାନ୍ତ ଶାସ୍ତ୍ରୀ, କଇଁଫୁଲ ପତ୍ରିକାର ସମ୍ପାଦକ ପର୍ଶୁରାମ ସାହୁ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ଜୟଶ୍ରୀ ଉପାଧ୍ୟାୟ, ଗାୟତ୍ରୀ ମିଶ୍ର ପ୍ରମୁଖ ମାତୃ ଦିବସ ପାଳନର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ ।
ଏହି ଅବସରରେ ସଂଯୁକ୍ତାଜୀଙ୍କୁ ଶ୍ରେଷ୍ଠ ମାତା ଭାବରେ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଚ୍ଛ, ସ୍ମୃତି ଫଳକ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସଭା କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ଜିଲ୍ଲାର ସହ ସଂ·ଳିକା ବିକେ ବନିତା ଭଉଣୀ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପଦ୍ମମାଳୀ ମହିଳା ସଂଗଠନର ସମ୍ପାଦିକା ସବିତା ମହାନ୍ତି । ଏଥିରେ ପଦ୍ମମାଳୀ ସଂଗଠନର ସମସ୍ତ ମହିଳାମାନେ ସକ୍ରୀୟ ସହଯୋଗ କରିଥିଲେ ।