"ଯୋଗ କରିବା, ନିରୋଗ ରହିବା’ ଆଲୋଚନାଚକ୍ର
ବଡ଼ସାହି : ବଡ଼ସାହି ବ୍ଲକ ଅନ୍ତର୍ଗତ ମାଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ବିଜିପୁର ଗ୍ରାମରେ ପ୍ରଥମ ବାର୍ଷିକ ଗ୍ରାମୀଣ ମେଳାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ "ଯୋଗ କରିବା, ନିରୋଗ ରହିବା’ଶୀର୍ଷକ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପାଟଳିପୁରା ଗୀତା ପାଠଶାଳା ଏବଂ ବାଲେଶ୍ୱର ରେମୁଣା ବ୍ଲକର ବାଲିପାଳ ଗୀତା ପାଠଶାଳା ତଥା ଇଣ୍ଟରନ୍ୟାସନାଲ ନେଚରପାଥି ଅର୍ଗାନାଇ ଜେସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତୀୟ ରେଡକ୍ରସ ସୋସାଇଟିର ଭାଇସ ପେଟ୍ରୋନ କବି ଡ଼କ୍ଟର ରମାକାନ୍ତ ମହାନ୍ତଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିହାର ପ୍ରଦେଶ ଅନ୍ତର୍ଗତ ମୁଜଫାପୁରର ବରିଷ୍ଠ ରାଜଯୋଗୀ ବି କେ ଦିଗବିଜୟ ଜୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ରାଜଯୋଗୀ ହେମନ୍ତ କୁମାର ଜେନା, ବାସୁଦେବ ବାରିକ, ପ୍ରାକୃତିକ ଚିକିସôକ ବରିଷ୍ଠ ରାଜଯୋଗୀ ଭାସ୍କର ଚନ୍ଦ୍ର ଦୁର୍ଗା, ଡାକ୍ତର ଧ୍ରୁବ ଚରଣ ପ୍ରଧାନ ପ୍ରମୁଖ ଯୋଗଦାନ କରି ସୁସ୍ଥ ନିରାମୟ ସୁଖୀ ଜୀବନର ଆଧାର ରାଜ ଯୋଗ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା ଏବଂ ପରିଚାଳନା କରିଥିଲେ ବାଲିପାଳ ଗୀତା ପାଠଶାଳାର ମୁଖ୍ୟ ବ୍ରହ୍ମାକୁମାରୀ ଉଷା । ଧନ୍ୟବାଦ ଅର୍ପଣ କରିଥିଲେ ଶରତ ଚନ୍ଦ୍ର ପାତ୍ର । ଏଥିରେ ବିଜିପୁରଗ୍ରାମୀଣ ମେଳାର ସଭାପତି ଦୀପକ କୁମାର ସାହୁ, ସମ୍ପାଦକ ଅଜିତ କୁମାର ବାରିକଙ୍କ ସମେତ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।