ମହିମା ଜ୍ୟୋତିଯାତ୍ରା ଉଦ୍ୟାପିତ 

 ଢେଙ୍କାନାଳ  : ଅନୁଗୁଳ ଜିଲ୍ଲା କୋଶଳା ଅଞ୍ଚଳର ବିଭିନ୍ନ ଗ୍ରାମରେ ମହିମାଜ୍ୟୋତିଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ପରେ ବ୍ରହ୍ମଜ୍ୟୋତି ତପୋବନ ମହିମା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ହିନେ୍ଦାଳ ଛାଡିବା ପରେ ଜିନ୍ଦଲ୍ ଷ୍ଟିଲ୍ ପ୍ଲାଣ୍ଟର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ବିଭାଗର ବରିଷ୍ଠ ଅଧିକାରୀ ଆଶୁତୋଷ ମିଶ୍ର, ଅଞ୍ଚଳ ବିଶିଷ୍ଟ ସମାଜସେବୀ ମହିମା ଭକ୍ତ ବାମଦେବ ସାହୁ, ଭକ୍ତ ଇନ୍ଦ୍ରମଣି ସାହୁ ଓ କିଶୋରୀ ଭୂତିଆଙ୍କ ନେତୃତ୍ୱରେ ବ୍ରହ୍ମଜ୍ୟୋତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବ୍ରହ୍ମଜ୍ୟୋତି କୋଶଳାର ଗୋଳାଗାଡିଆ, ଶିମିଳିସାହି, ଦେହୁରୀ ସାହି, ଝାରସୁଗୁଡା ସାହି, ଗଙ୍ଗାସାହି ଓ ଚନ୍ଦନ ନଗର ପ୍ରଭୃତି ଅଞ୍ଚଳରେ ପରିକ୍ରମା ସାରି କୋଶଳା କଲ୍ୟାଣ ମଣ୍ଡପକୁ ଫେରି ସେଠାରେ ରାତ୍ର ରହଣି କରିଥିଲେ । ପରଦିନ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଧର୍ମସଭାରେ ଶ୍ରୀମଦ୍ ରଘୁନାଥ ବାବା, ଶେଷଦେବ ବାବା, ଶିକ୍ଷାବିତ୍ ଖଗେଶ୍ୱର ସାହୁ, ଭକ୍ତ ବାମଦେବ ସାହୁ ଓ ଭକ୍ତ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇ ଦ୍ୱାଦଶ ବର୍ଷ ଉପରାନ୍ତ ମହିମା ଜ୍ୟୋତିଯାତ୍ରାକୁ ଅବ୍ୟାହତ ରଖିବା ନିମନ୍ତେ ମତପ୍ରକାଶ କରିଥିଲେ । ପରେ ବ୍ରାହ୍ମଣବିଲି ଗ୍ରାମ ପରିକ୍ରମା ସାରି ବାଲିପଟା ମହିମାଶ୍ରମରେ ବ୍ରହ୍ମଜ୍ୟୋତି ପଦାର୍ପଣ କରିଥିଲେ । ଏହାପରେ ବ୍ରହ୍ମଜ୍ୟୋତି ନାଉପଦା, ହଟିଆନାଳୀ, କିସିନ୍ଦା ଓ ଗୋଳାସର ଗ୍ରାମ ପରିକ୍ରମା ସାରି କପିଳାସର ତପୋବନରେ ପହଞ୍ଚôବା ପରେ ଚଳିତ ବର୍ଷର ଦୁଇଦିନିଆ ମହିମା ଜ୍ୟୋତି ଯାତ୍ରା ଉଦ୍ୟାପିତ ହୋଇଥିବାର ଜ୍ୟୋତିଯାତ୍ରା ମୁଖ୍ୟ ସଂଯୋଜକ ପ୍ରଦୁ୍ୟମ୍ନ ରଥ ସୂଚନା ଦେଇଛନ୍ତି ।