ନାରୀ ନିର୍ଯାତନା ବିରୋଧରେ ବିଜୁ ଯୁବ ଛାତ୍ରର ବିକ୍ଷୋଭ

 ଢେଙ୍କାନାଳ :  ରାଜ୍ୟରେ ଥିବା ଛାତ୍ରୀମାନଙ୍କ ଉପରେ ଅସଦାଚାରଣ, କୁକର୍ମ, ହତ୍ୟା ଘଟଣା ଓ  ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଉଥିବା  ବେଳେ ରାଜ୍ୟ ବିଜେପି ସରକାର ନୀରବଦଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ରାଜ୍ୟ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ଆନେ୍ଦାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳ ପକ୍ଷରୁ  ଢେଙ୍କାନାଳ କଲେଜ ସମ୍ମୁଖରେ ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ସୁରଜ ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ ରାଜ୍ୟ ଯୁବ ଜନାତା ଦଳ ସାଧାରଣ ସମ୍ପାଦକ ସତ୍ୟଜିତ ପଟ୍ଟନାୟକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ସଞିବ ପୃଷ୍ଟିଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତଛାତ୍ରୀମାନେ କଳାବ୍ୟାଜ୍ ପରିଧାନ କରିବା ସହ  ପିକେଟିଂ କରିବା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।  ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇଛି । ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳୀରେ ଜଣେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ସେହିପରି କେଉଁଝର ଜିଲ୍ଲାରେ ମଧ୍ୟ ଏକ ଦଃୁଖଦ ଘଟଣା ଘଟିଥିଲା । ଅନ୍ୟପଟେ ୧୧ ଜିଲ୍ଲାରେ ହଇଜା ଓ ଡାଇରିଆ ବ୍ୟାଧିରେ ଲୋକେ କଲବଲ ହେଉଥିବା ବେଳେ ରାଜ୍ୟରେ ଥିବା ବିଜେପି ସରକାର ଏକବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଛନ୍ତି । ଏହାକୁ ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳ ତରଫରୁ ଦୃଢ ନିନ୍ଦା କରାଯାଇଥିବା ବେଳେ ଛାତ୍ର ନେତାମାନେ ବିଜେପି ସରକାର ବିରୁଦ୍ଧରେ ‘ବର୍ଷ ଏକ କୁକର୍ମ ଅନେକ’ ଆଦି ବିଭିନ୍ନ ନାରାବାଜି ପ୍ରଦାନ କରିଥିଲେ । ଏହି ଆନେ୍ଦାଳନ ଜିଲ୍ଲାର ହିନେ୍ଦାଳ, କାମାକ୍ଷାନଗର, ପରଜଙ୍ଗ ଓ ଢେଙ୍କାନାଳ ସମେତ ୪ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଥିବା କଲେଜ ଗୁଡିକରେ ଅନୁଷ୍ଠିତ ହୋଇଥିଲା । ଏହି ଆନେ୍ଦାଳନରେ ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଢେଙ୍କାନାଳ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ର, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ବିଜୁ ଜନତା ଦଳ ଟାଉନ ସଭାପତି ବିନୋଦ କୁମାର ମହାନ୍ତି, ଯୁବବିଜେଡି ନଗର ସଭାପତି ବ୍ରହ୍ମାନନ୍ଦ ସାହୁ, ବିଜୁ ଛାତଜନତା ଦଳର ଛାତ୍ର ନେତା ଓମ୍ପ୍ରକାଶ ନାୟକ, ଅଭିଜିତ ମହାପାତ୍ର, କୁଳଦୀପ ମହାପାତ୍ର, ସର୍ବେଶ୍ୱର ସେଣ୍ଢ, ଆଶୀର୍ବାଦ, ପି୍ରୟଦର୍ଶୀନୀ, ଶ୍ୱସ୍ତିକ ସ୍ୱରୂପ, ଓମ୍କାର ପଣ୍ଡେ, ସ୍ୱସ୍ତିକ ଦୀପନ, ସତ୍ୟଜିତ ବେହେରା, ବିଶ୍ୱଜିତ ବେହେରା, ଧନଞ୍ଜୟ ମଲ୍ଲିକ, ଲକ୍ଷ୍ମୀପି୍ରୟା ଗୁରୁ, ଋତୁପର୍ଣ୍ଣା ମଲ୍ଲିକ, କ୍ରୀଷ୍ଣାସିତା କର, ଆଶିଷ ନାୟକ ପ୍ରମୁଖଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ନୀଳଗିରି,୨୬ା୬ :  ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଓ ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ ବିରୁଦ୍ଧରେ ବିଜୁ ଛାତ୍ର ଜନତା ଦଳ ଓ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ନୀଳଗିରି ଏବଂ ଔପଦା ଠାରେ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବା ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆନେ୍ଦାଳନ କରି ତୀବ୍ର ସମାଲୋଚନା କରିଥିଲେ । ସେହିପରି ନୀଳଗିରି ମହାବିଦ୍ୟାଳୟ ଠାରେ ଯୁବନେତା ଉଦୟଜ୍ୟୋତି ମହାନ୍ତି, ରାଜୀବ ଦାସବାବୁ ଏବଂ କୁମାର ରାୟଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଆନେ୍ଦାଳନରେ ସାମିଲ ହୋଇଥିଲେ ।  ନୀଳଗିରି ମହିଳା ମହାବିଦ୍ୟାଳୟରେ ବୁଦ୍ଧଦେବ ସରକାର ଏବଂ ଅଚୁ୍ୟତ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ଆନେ୍ଦାଳନ ହୋଇଥିବାବେଳେ ସ୍ୱର୍ଣ୍ଣଚୁଡ ମହାବିଦ୍ୟାଳୟ ମିତ୍ରପୁର ଠାରେ ଅମିତ ସ୍ୱାଇଁ, ଦୁର୍ଗା ମହାନ୍ତି, ଅଭିଷେକ ମଲ୍ଲିକ, ଚନ୍ଦନ ନାୟକ, ବୁଲବୁଲ ପଣ୍ଡାଙ୍କ ଉପସ୍ଥିତିରେ ଛାତ୍ର ଆନେ୍ଦାଳନ କରାଯାଇଥିଲା ।