ମହିଳା ସଂଗଠନର ନିରବ ଶୋଭାଯାତ୍ରା

 ଯାଜପୁର : ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ମହିଳା ସଶକ୍ତିକରଣ ସଂଗଠନ ଧର୍ମଶାଳା ପକ୍ଷରୁ ନୀରବ ଶୋଭାଯାତ୍ରା କରାଯାଇଥିଲା । ସନ୍ତ୍ରାଶବାଦ ବିରୋଧରେ ଭାରତ ଲଢେଇର ବିଜୟ ପାଇଁ ଚଣ୍ଡୀଖୋଲର ଆରାଧ୍ୟ ଦେବୀ ମା ଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମୃତକଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଏଭଳି ମାନବିକତାର ମୃତୁ୍ୟ ଆଜିର ମାନବଜାତି ପାଇଁ ସର୍ବଶ୍ରେଷ୍ଠ ବିପଦ ବୋଲି ବରିଷ୍ଠ ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଥିଲେ । ଶୋଭାଯାତ୍ରାରେ ଧର୍ମଶାଳାର ବହୁ ପୂର୍ବତନ ଫଚାୟତ ମହିଳା ପ୍ରତିନିଧିଙ୍କ ସହ ଯୁବ ସଂଗଠକ ରମେଶ ପରିଡା, ଜୟନ୍ତି ଜେନା, ପଦ୍ମାବତୀ ସାହୁ ଉପସ୍ଥିତଥିଲେ ।