ସାହିତ୍ୟ ଦର୍ପଣ ପତ୍ରିକାର ରଜତ ଜୟନ୍ତୀ ଉତ୍ସବ
ଧର୍ମଶାଳା: ଧର୍ମଶାଳା କଲେଜ୍ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୁଲ୍ୟରେ ସାହିତ୍ୟ ଦର୍ପଣ ପତ୍ରିକାର ରଜତ ଜୟନ୍ତୀ ଉତ୍ସବ ଅଧ୍ୟାପକ ତ୍ରିଲୋଚନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉସôବକୁ ଉଦ୍ଘାଟନ କରି ଜାତୀୟ ବିକାଶରେ ସାହିତି୍ୟକ ମାନଙ୍କର ଯଥେଷ୍ଟ ଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଯୋଗଦେଇ ସାହିତ୍ୟ ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ପ୍ରକୃଷ୍ଟ ମାଧ୍ୟମ । ସାହିତ୍ୟରୁ ଯେଉଁ ତୃପ୍ତି ମିଳେ ତାର ପଟାନ୍ତର ନାହିଁ ବୋଲି କହିଥିଲେ । ବିଶିଷ୍ଟ ସାହିତି୍ୟକ ଦାସ ବେନହୁର ଯୋଗଦେଇ ଭାଷା ଗୋଟିଏ ଜାତିର ପ୍ରାଣ । ଏହି ପ୍ରାଣରେ ଉନ୍ମାଦନା ଭରେ ସାହିତ୍ୟ । ବରିଷ୍ଟ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଯୋଗଦେଇ ଆଜିର ସାହିତ୍ୟ ଜନଜୀବନର ବାର୍ତା ବହନ କଲେ କାଳଜୟୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରେ ଅତିଥି ମାନଙ୍କ ଦ୍ୱାରା ସାହିତ୍ୟ ଦର୍ପଣ ପତ୍ରିକାର ରଜତ ଜୟନ୍ତୀ ସଂଖ୍ୟା ଉନ୍ମୋଚନ କରାଯାଇଥିଲା । ବିଶିଷ୍ଟ ଔପନ୍ୟାସିକ ଭୀମ ପୃଷ୍ଟିଙ୍କୁ ସାହିତ୍ୟ ଦର୍ପଣ ରଜତ ଜୟନ୍ତୀ ପୁରସ୍କାର, ବିଶିଷ୍ଟ କବି ଅଭୟ ନାୟକଙ୍କୁ ସାହିତ୍ୟ ଦର୍ପଣ ରଜତ ଜୟନ୍ତୀ କବିତା ସମ୍ମାନ, ବିଶିଷ୍ଟ ଗାଳ୍ପିକ ଅରବିନ୍ଦ ଦାସଙ୍କୁ ସାହିତ୍ୟ ଦର୍ପଣ ରଜତ ଜୟନ୍ତୀ ଗଳ୍ପ ସମ୍ମାନ, ଡକ୍ଟର ନଳିନୀ ବେହେରା, ଡକ୍ଟର ଚିତରଞ୍ଜନ ବେହେରା, କବି ନିରୂପମା ସ୍ୱାଇଁ, କବି ସୁଶ୍ରୀ ସଙ୍ଗୀତା କୁମାରୀ, ଗାଳ୍ପିକ ଚନ୍ଦ୍ର ମୋହନ ମହାପାତ୍ରଙ୍କୁ ସାହିତ୍ୟ ଦର୍ପଣ ସମ୍ମାନ ପ୍ରଦାନ କରାଯାଇଥିଲା । ପତ୍ରିକାର ସମ୍ପାଦକ ବିମଳ ପତି ବିବରଣୀ ପ୍ରଦାନ କରିଥିଲେ । କବି ଭକ୍ତ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପୀତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ କବି ସୁଚେତା ମିଶ୍ର, କବି ରକ୍ଷକ ନାୟକ ଅତିଥି ଭାବରେ ଯୋଗଦେଇ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କବି ସଂଘମିତ୍ରା ରାଏଗୁରୁ, କବି ସର୍ବାଣୀ ଦାସଙ୍କ ସଂଯୋଜନାରେ କବି ଅମିୟ ରଞ୍ଜନ ମହାପାତ୍ର, ମୋହିତ ଚକ୍ରବର୍ତୀ, ପ୍ରଜ୍ଞାପ୍ରବର୍ତିକା ଦାଶ, ଧନଞ୍ଜୟ ସ୍ୱାଇଁ, ପ୍ରସନ୍ନ କୁମାର ସ୍ୱାଇଁ, ଶ୍ରୀଶିକ୍ତା ଶୁଭଦର୍ଶିର୍ନି ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ମିରିନା ମହାନ୍ତି, ସୁରେଶ ନାୟକ, ଶୁରଞ୍ଜନ ପାତ୍ର, ଦିଲ୍ଲୀପ ସ୍ୱାଇଁ, ମନିଷା ବିଶ୍ୱାଳ, ପ୍ରଦ୍ମଜା ଶରଣ, ରାଜକିଶୋର ପାଢ଼ୀ, ତୁହିନଂଶୁ ରଥ, ପ୍ରଭାତୀ ମାଝୀଙ୍କ ସମେତ ବହୁ ନିମନ୍ତ୍ରିତ କବି ସ୍ୱରଚିତ କବିତା ଆବୃତି କରିଥିଲେ ।