ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହ
କଟକ: ଭଦ୍ରକ ସ୍ଥିତ ‘ମାଟିର ବାସ୍ନା’ ସାହିତ୍ୟ ସଂସଦ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏନ୍ଏସଏସ ବିଭାଗର ସଭା ଗୃହରେ ରାଜ୍ୟସ୍ତରୀୟ ତୃତୀୟ ବାର୍ଷିକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଖେଲ ଚନ୍ଦ୍ର ସ୍ୱାଇଁ ସମାରୋହରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସଂଗଠନର ସଂଯୋଜକ ପ୍ରଫେସର ଡକ୍ଟର ଶିବ ଶଙ୍କର ସାହୁ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ମିନକେତନ ଦାସ, ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ନଟବର ଶତପଥି ଓ ସମ୍ମାନିତ ବକ୍ତା ଭାବେ ଇଂ ପଦ୍ମଲୋଚନ ମାଝି ଓ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉପସଭାପତି ଡ. ପ୍ରଦୀପ ନାୟକ, ଉପଦେଷ୍ଟା ସୁରେନ୍ଦ୍ର ପ୍ରସାଦ ବାରିକ ଓ ସହ ସଂପାଦକ ପ୍ରଫୁଲ ଗୋଚ୍ଛାୟତ ମଞ୍ଚ ପରିଚାଳନା କରିଥିଲେ । ସଂପାଦିକା ସରସ୍ୱତୀ ବାରିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୧୧ଜଣ ପ୍ରବୀଣ ଓ ତରୁଣ କବିଙ୍କୁ ମାଟିର ବାସ୍ନା ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉତ୍ସବର ଦ୍ୱିତୀୟ ଅଧିବେଶନରେ ହୃଷିକେଶ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ନଳିନୀ ପ୍ରଭା ଦାସ, ଉର୍ମିଳା ଦାସ, ଅଧ୍ୟାପିକା ମନ୍ଦାକିନୀ ପାଢ଼ି, ମୁରାରୀ ପ୍ରସାଦ ପଶାୟତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ମାଟିର ସୌରଭ ଉନ୍ମୋଚିତ ହୋଇଥିଲା । ଶେଷରେ ଗାୟତ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।