ବିଶିଷ୍ଟ ସ୍ତମ୍ଭକାରଙ୍କ ବିୟୋଗରେ ଶୋକ
ସାଲେପୁର: ବିଶିଷ୍ଟ ସ୍ତମ୍ଭକାର କବି ରବିନ୍ଦ୍ର ନାଥ ନାୟକଙ୍କ ବିୟୋଗ ଖବର ପାଇ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ତାଙ୍କ ବାସଭବନରେ ପହଞ୍ଚô ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେହିପରି ସାଲେପୁର ବ୍ଲକ୍ର ଅବସରପ୍ରାପ୍ତ କର୍ମଚାରୀ ରବିନ୍ଦ୍ର ନାଥ ଦାସଙ୍କ ମୃତୁ୍ୟ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚô ଶ୍ରୀ ବେହେରା ତାଙ୍କ ପରିବାର ପାଇଁ ସମବେଦନା ଜଣାଇଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ପୂର୍ବରୁ ସାଲେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବହୁ ଉନ୍ନୟନ ମୂଳକ କାର୍ଯ୍ୟକରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀଙ୍କ ସହ ରଶ୍ମିରଂଜନ ପରିଜା, ଜ୍ଞାନରଂଜନ ବେହେରା, ରହିମ୍ ବକ୍ସ, ଶ୍ରୀକାନ୍ତ ପଣ୍ଡା, ଶିଶିର କାଣ୍ଡି, ଲୋଲୁପ କୁମାର ବିଶ୍ୱାଳ ପ୍ରମୁଖ ବହୁ ଲୋକ ଉଭୟଙ୍କ ବାସଭବନରେ ପହଞ୍ଚô ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।