ମହିଳାଙ୍କୁ ଅସଦାଚରଣ ପରେ ଗୁଳିମାଡ

ଛେଣ୍ଡିପଦା: ଅସଦାଚରଣକୁ ବିରୋଧ କରିବାରୁ ଅସାମାଜିକ ଗୁଳି ଚଳାଇଲେ । ଏଥିରେ ଜଣେ ୧୬ ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ରାତିରେ ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ସାନକେରେଜାଙ୍ଗ ଗାଁର ତରୁଣ ଗୋଛାୟତ (୩୬) ଓ ତାଙ୍କ ପନôୀ ବନିତା ଗୋଛାୟତ (୩୩)ଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ରାଗି ଘରୁ ଚାଲି ଯାଇଥିଲେ ବନିତା । ରାତି ପ୍ରାୟ ୧୦ଟା ବେଳକୁ ସେ ଏକୁଟିଆ ଚାଲି ଚାଲି ଯାଉଥିବାବେଳେ ଗାଁର କାଳିଆ ମହାପାତ୍ର, ରିଙ୍କୁ ଦାସ, କାହ୍ନା ଅମାନ୍ତ ଓ ସିପୁ ପ୍ରଧାନ ତାଙ୍କୁ ଅଟକାଇଥିଲେ । ପରେ ମନ୍ଦ ଉଦେ୍ଧଶ୍ୟ ରଖି କାର୍ରେ ବସିବାକୁ ବାଧ୍ୟ କରିଥିଲେ । ଖବର ପାଇ ବନିତାଙ୍କ ସ୍ୱାମୀ ତରୁଣ ଓ ଦୁଇପୁଅ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଯୁବକମାନେ ତରୁଣଙ୍କ ଦୁଇ ପୁଅକୁ ପାଲଟା ଆକ୍ରମଣ କରିଥିଲେ । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ପହଞ୍ଚିବାରୁ ୪ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରୁ ତରୁଣ ଓ ବନିତା ସେମାନଙ୍କ ଦୁଇପୁଅଙ୍କ ସହିତ ନିଜ ଘରକୁ ଫେରିଥିଲେ । 
ଏହି ଘଟଣାର ପ୍ରାୟ ଅଧାଘଣ୍ଟା ପରେ କାଳିଆ, ରିଙ୍କୁ, କାହ୍ନା ଓ ସିପୁ କାର୍?ରେ ତରୁଣଙ୍କ ଘର ନିକଟରେ ପୁଣି ପହଞ୍ଚିଥିଲେ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତରୁଣଙ୍କ ପରିବାର ଲୋକଙ୍କୁ ମାର୍ପିଟ କରିଥିଲେ । ତରୁଣ ବିରୋଧ କରିବାରୁ କାଳିଆ ଏକ ମାଉଜର୍ ବାହାର କରି ୪ ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳି ତରୁଣଙ୍କ ସମ୍ପର୍କୀୟ ଭାଇ ଶ୍ରୀକାନ୍ତ (୧୬)ଙ୍କ ଜଂଘ ଓ ଗୋଡରେ ବାଜିଥିଲା । ଅନ୍ୟ ଯୁବକଙ୍କ ଭୁଜାଲି ଆକ୍ରମଣରେ ତରୁଣଙ୍କ ପଡୋଶୀ କ୍ରିଷ୍ଣା ଗୋଛାୟତ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଚିକିସôିତ ପରେ ତରୁଣ ଆଜି ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ କାଳିଆ, ରିଙ୍କୁ, କାହ୍ନା, ସିପୁ ନାଁରେ ପୁଲିସ ମାମଲା ରୁଜୁ କରିଛି । ଶ୍ରୀକାନ୍ତଙ୍କ ଜଂଘରେ ଗୁଳି ରହି ଯାଇଥିବାରୁ ଅଧିକ ଚିକିସôା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।