ଆତ୍ମହତ୍ୟା କଲେ ୨ ଛାତ୍ରୀ

ଆତ୍ମହତ୍ୟା କଲେ ୨ ଛାତ୍ରୀ

କଟକ: ସ୍କୁଲ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କଟକର ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଦଶମ ଶ୍ରେଣୀ ପଢୁଥିବାବେଳେ ତାଙ୍କ ଘର ଢେଙ୍କାନାଳ ବୋଲି ଜଣାପଡ଼ିଛି । ଛାତ୍ରୀଙ୍କ ସନେ୍ଦହଜନକ ଅବସ୍ଥାରେ ମୃତୁ୍ୟ ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏ ନେଇ କଟକ ଲାଲବାଗ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।
ସେହିପରି ସ୍କୁଲରୁ ଆସି ଝୁଲି ପଡ଼ିଲେ ସପ୍ତମ ଶ୍ରେଣୀ ଛାତ୍ରୀ । ଭୋଗରାଇ ବ୍ଲକ ଗମ୍ଭାରିଆ ଗାଁରେ ଛାତ୍ରୀଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଘର ନିକଟ ଏକ ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଛାତ୍ରୀଙ୍କ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।