ଦୁର୍ଘଟଣା ଯୁବକ ମୃତ; ଜଣେ ଆହତ

 ଦାନଗଦୀ : ତେଲିବାହାଳୀରୁ ମିଲିଟାରୀ ଛକ ଯିବା ରାସ୍ତାରେ ଖରଡି ଛକରେ ଦୁର୍ଘଟଣା ଘଟି ଜଣକର ମୃତୁ୍ୟ ଘଟିଥିବା ବେଳେ ଅନ୍ୟଜଣେ ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଖବର ମତେ କୁମ୍ଭୀରଗାଡ଼ିଆ ପଂଚାୟତ ଜଗାଡିହ ଗାଁର କାଶୀନାଥ ଦଳାଇଙ୍କ ପୁଅ ଶରତ (୩୦) ଓ ତାଙ୍କ ଝିଆରୀ ଜ୍ୱାଇଁ ଅଜିତ କୁମାର ଓମ (୩୨) ଏକ ପଲସର ବାଇକରେ ଦାନଗଦୀକୁ ଆସୁଥିବା ବେଳେ ଖରଡି ଛକରେ ଥିବା ତେଲଟାଙ୍କିରେ ପେଟ୍ରୋଲ ପକାଇ ବାହାରିବା ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜ୍ୱାଇଁ ଅଜିତ କୁମାରଙ୍କର ମୃତୁ୍ୟ ଘଟିଥିବା ବେଳେ ଶରତ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚି ତାଙ୍କୁ ଉଦ୍ଧାର କରି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରିଥିଲେ । ମୃତ ଅଜିତ କୁମାର ବିହାର ଅଂଚଳର ହୋଇଥିବା ବେଳେ ସେ ଜଗାଡିହରେ ବିବାହ କରି ରହୁଥିଲେ । ମୃତକ ଜିନ୍ଦଲ କାରଖାନାରେ ଜଣେ ଠିକାଦାର ଅଧିନରେ ଓଲଡ଼ର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଏକ ବର୍ଷର ପୁଅ ରହିଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରିଛି ।