ରାଇପୁର-କନ୍ତିଆ ନଦୀ ବନ୍ଧ ରାସ୍ତା,   ଯୋଉ ଖାଲକୁ ସେଇ ଖାଲ

ାା ପ୍ରଭାନୁ୍ୟଜ ।ା ବରୀ: ମରାମତି ହେଲା, ହେଲେ ନଦୀବନ୍ଧ ରାସ୍ତା ଯୋଉ ଖାଉକୁ ସେଇଖାଲ । ମରାମତି କାର୍ଯ୍ୟ ନିମ୍ନମାନ କାରଣରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ଆମେ କହୁଛୁ ବିଞ୍ଝାରପୁର ଜଳ ସମ୍ପଦ ଅଧିନବରୀ ବ୍ଲକ ଭଅଁରା ପଞ୍ଚାୟତ ରାଇପୁର-କନ୍ତିଆ ନଦୀବନ୍ଧ ରାସ୍ତାର କଥା । କିଛିଦିନ ପୂର୍ବରୁ ରାଇପୁର ଠାରୁ କନ୍ତିଆ ପର୍ଯ୍ୟନ୍ତ ନଦୀରେ ରାସ୍ତା ସାର ଖାଲ ସହିତ ରେନ୍କଟ ହୋଇଥିଲା । ବର୍ଷା ପରେ ଖାଲରେ ପାଣି ଜମିରହିବା ତାହା ଖରସ୍ରୋତା ନଦୀକୂଳରେ ପାଳସାହି ଠାରୁ ରାଇପୁର ପର୍ଯ୍ୟନ୍ତ ଘେରିବନ୍ଧ ବିଭିନ୍ନ ସ୍ଥାନରେ ଦୃର୍ବଳ କରିଥିଲା । ଅଭିଯୋଗ ପରେ ବିଭାଗୀୟ ଉଚ୍ଚ ଅଧିକାରୀ କ୍ଷେତ୍ର ବୁଲି ଦେଖିବା ସହିତ ରାସ୍ତା ମରାମତି ପାଇ ପଦକ୍ଷେପ ନେଇଥିଲେ । ମରାମତି କରାଯାଇଥିଲେ ତାହା ଅତିନିମ୍ନମାନର କରାଯାଇଛି । ଏବେ ବହୁ ସ୍ଥାନରେ ଖାଲ ବର୍ଷା ପାଣି ଜମି ରହୁଛି ରେନ୍କଟ ରହିଛି ତାହା ସହିତ ପାଳସାହି ଠାରୁ ରାଇପୁର ଘେରି ବନ୍ଧରେ ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ କିଛି ଜାଫିରି କରି ଅଳ୍ପ ବାଲି ବସ୍ତା ପକାଇ କାମସାରି ଦିଆଯାଇଛି । ମୁଖ୍ୟ ନଦୀବନ୍ଧ କୁମ୍ଭୁକା ଠାରୁ କନ୍ତିଆ ସେତୁ ପର୍ଯ୍ୟନ୍ତ ମରାମତି ନହେବା ଫଳରେ ରାସ୍ତାରେ ଆଣ୍ଠୁଏ ଲେଖା ଖାଲ ରହିଛି । ଏହି ରାସ୍ତାର ବୋଦୁଅ ଠାରୁ କୁମ୍ବୁକା କିଛି ଅଂଶ ଗ୍ରାମ୍ୟ ଉନ୍ନୟନ ବିଭାଗ କିଛି ରାସ୍ତା କାର୍ଯ୍ୟ କରିଛି । ବିଭାଗୀୟ ଅଧିକାରୀ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ଦାବି କରାଯାଇଛି ।