ପ୍ରଥମ ପସନ୍ଦ "ପ୍ରୟାସ' : ମେଡିକାଲ ଏଣ୍ଟ୍ରାନ୍ସରେ ସାମିଲ ହେଲେ ୨୧୪୦ଛାତ୍ରଛାତ୍ରୀ

 ବ୍ୟାସନଗର : ଅଭିଭାବକ ଓ ଛାତ୍ରଛାତ୍ରୀ ସମସ୍ତଙ୍କର ପ୍ରଥମ ପସନ୍ଦ ପ୍ରୟାସ । ପ୍ରୟାସ କଲେଜ ଓଡିଶା ଶିକ୍ଷାକ୍ଷେତ୍ରରେ ଏକ ପରିଚୟ ସ୍ରୁଷ୍ଟି କରିବାରେ ସଫଳ ହୋଇପାରିଛି । ପ୍ରତିବର୍ଷ ନିଜ ବିଫଳତାର ହାର କମିକମି ଯାଉଥିବାବେଳେ ସଫଳତାର ହାର ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତର ତିଆରି କାରଖାନା ଭାବେ ଓଡିଶାରେ ନିଜର ପରିଚୟ ତିଆରି କରିପାରିଛି । ସିଏଚସି ହେଉ କିମ୍ବା ସିବିଏସ୍ଇ ହେଉ କିମ୍ବା ଜେଇ ଆଡଭାନ୍ସ ସବୁ ଫର୍ମାଟରେ ପ୍ରୟାସ କଲେଜର ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରୁଛନ୍ତି । ଗତ ନିଟ୍ ପରୀକ୍ଷାରେ ମଧ୍ୟ ରେକର୍ଡ ସଂଖ୍ୟକ ପିଲା ସଫଳ ହେବେ ଏଥିରେ କୌଣସି ସନେ୍ଦହ ନାହିଁ । ରାଜ୍ୟ ଓ ରାଜ୍ୟ ବାହାରର ବହୁ ନାମ କମାଇଥିବା କୋଚିଂ ସେଣ୍ଟରକୁ ଛାଡି ଏହି କଲେଜରେ କୋଚିଂ ନେବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକଙ୍କ ଉକôଣ୍ଠା ବଢିବାରେ ଲାଗିଛି । ରବିବାର ଏହି ପ୍ରବେଶିକା ପରୀକ୍ଷା ପାଇଁ ଓଡିଶାର ୪ଟି ସ୍ଥାନରେ ସେଣ୍ଟର ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ସେଣ୍ଟରରେ ୪୬୦,ବାଲେଶ୍ୱରରେ ୩୭୧, ଅନୁଗୁଳରେ ୧୫୭ ଓ ଯାଜପୁର ରୋଡ ତଣ୍ଡରା ଠାରେ ୧୧୫୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଣ୍ଟ୍ରାନ୍ସରେ ଓଡିଶାର ସବୁ ଜିଲାର ଆଗ୍ରହୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହ ରାଜ୍ୟ ବାହାର ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ଼ର ଆଶାୟୀ ପିଲାମାନେ ସାମିଲ ହୋଇଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ୨୧୪୦ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୨୫୦ଜଣଙ୍କୁ ବଛାଯାଇ କୋଚିଂ ଦେବାର ବ୍ୟବସ୍ଥା ରହିଛି । ପ୍ରବେଶିକା ପରୀକ୍ଷା ଫଳ ଚଳିତ ମାସ ୧୮ତାରିଖରେ ପ୍ରକାଶ ପାଇବ ବୋଲି କଲେଜ କର୍ତ୍ତୁପକ୍ଷଙ୍କ ଠାରୁ ପ୍ରକାଶ ।