ମା’ ଗ୍ରାମେଶ୍ୱରୀଙ୍କ ବାର୍ଷିକ ପୂଜା
ତାଳଚେର : ତାଳଚେର ବ୍ଲକ ନୂଆଁ ଶବରସାହି ଜିଲିଣ୍ଡା ଗ୍ରାମରେ ମା’ ଗ୍ରାମେଶ୍ୱରୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ବାର୍ଷିକ ପୂଜାରେ ଗ୍ରାମ ତଥା ଆଖପାଖ ଗ୍ରାମର ବହୁ ଜନସାଧାରଣ ଯୋଗ ଦେଇ ମା’ଙ୍କୁ ପୂଜା କରିବା ସହିତ ମାନସିକ ଥିବା ଛୋଟ ଛୋଟ ପିଲାମାନଙ୍କର ମୁଣ୍ଡନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଞ୍ଜୟ ଜାଲ, ଗ୍ରାମ ସଭାପତି ପ୍ରାଣବନ୍ଧୁ ବେହେରା, ଗ୍ରାମର ବେହେରା ଅଖିଳ ନାହାକ, ଦୁଃଶାସନ ଦେହୁରୀ, କବି ବେହେରା, ଲୋଚନ ନାହାକ, ପ୍ରଦୀପ ନାହାକ, ରାଜ ନାହାକ, ଭଜମନ ନାହାକ, ଗୋପୀ ବେହେରା, ବିଜୟ ବେହେରା, ଯଶୋବନ୍ତ ବେହେରା, ଦନାର ନାହାକ, ଶୁକ୍ରୁ ଖଟୁଆ, ରାକେଶ ଖଟୁଆ, ସଂଜୟ ଭଟ୍ଟ, ବାଦ୍ୟକାର ଭୀମସେନ୍ ଗୋଛାୟତ, ଚର୍ତୁଭୁଜ ବେହେରା ପ୍ରମୁଖ ସହଯୋଗ କରିଥିଲେ ।