ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିତ
ଆନନ୍ଦପୁର : ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଶୁଭ ଜନ୍ମଦିନ ଅବସରରେ ଆନନ୍ଦପୁର ନଗର ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ । ୱାର୍ଡ ନମ୍ବର ୩ ରୁ ୭ ଦଳୀୟ କର୍ମୀ ମାନେ ଆନନ୍ଦପୁରର ଆରାଧ୍ୟ୍ୟ ଦେବତା ଶ୍ରୀ ଦଧିବାମନ ଜୀୟୁଙ୍କ ନିକଟରେ ୧ ରୁ ୨ ନମ୍ବର ୱାର୍ଡ ର କର୍ମୀ ମାନେ ପଦ୍ମେଶ୍ୱର ମନ୍ଦିର, ୮ ରୁ ୧୧ ନମ୍ବର ୱାର୍ଡ ର କାର୍ଯ୍ୟକର୍ତା ମାନେ ବାଲୁଙ୍କେଶ୍ୱର ମନ୍ଦିର ଏବଂ ୧୨ ରୁ ୧୬ ନମ୍ବର ୱାର୍ଡ କାର୍ଯ୍ୟକର୍ତା ଝଡେଶ୍ୱର ମନ୍ଦିର ପରିସରରେ ମୋଦିଜୀଙ୍କ ଦୀର୍ଘ ଜୀବନ କାମନା କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା । ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ଏବଂ ଉପକାରାଗାରରେ ରୋଗୀଙ୍କୁ ଫଳ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ ଏବଂ ରାମଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ । ସେହିପରି ଜିଲ୍ଲା ଉପସଭାପତି ନିରାକାର ଦଳେଇ, ବରିଷ୍ଠ ନେତା ସୁରେଶ ସାହୁ, ବରିଷ୍ଠ ଭାଜପା ନେତ୍ରୀ ସୁମତୀ ଜେନା, ନଗର ମଣ୍ଡଳ ସଭାପତି ହେମନ୍ତ ସାହୁ, ଗଣେଶ୍ୱର ମହାନ୍ତି, ପ୍ରାଣବନ୍ଧୁ ସାହୁ, ସମ୍ବିତ ଦାସ, ସୂର୍ଯ୍ୟପ୍ରକାଶ ସାହୁ, ରୁଦ୍ର ରାଜ, ସିପୁ ଜେନା, ସନ୍ତୋଷ ଯେନା, ମାନସ ସାହୁ, ଲିଟୁ ରାମ, ଲୁଲା ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।