ସଚେତନତା କାର୍ଯ୍ୟକ୍ରମ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବାବେବୀର ଠାରେ କୋଶଳ ମାଳି ସମାଜ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରଥମେ ଶତାଧିକ ମହିଳା ଏକତ୍ରିତ ହୋଇ ଏକ ସଚେତନତା ମୂଳକ ଶୋଭାଯାତ୍ରା ଆରମ୍ଭ କରିଥିଲେ । ପରେ ବୁଢ଼ାରଜା ମହାବିଦ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମାଳି ସମାଜର ଇଷ୍ଟ ଦେବୀ କୋଶଳେଶ୍ୱରୀ ମାତାଙ୍କୁ ପୂଜାର୍ଚ୍ଚନା କରି ସଭା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅନୁଦ ରାମ ପଟେଲ, ନୂଆପଡ଼ା ଜିଲ୍ଲା ସଭାପତି ଯୁବରାଜ ପଟେଲ, କଳାହାଣ୍ଡିରୁ ପୁରୁଷୋତ୍ତମ ପଟେଲ, ରମେଶ ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ନାରୀ ଶିକ୍ଷା ଦ୍ୱାରା ହିଁ ସମାଜର ବିକାଶ ସମ୍ଭବ ବୋଲି ଅତିଥିମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରମେଶ ଚନ୍ଦ୍ର ପଟେଲ, ଯୁଧିଷ୍ଟିର ପଟେଲ, ସଦନ ପଟେଲ, ଅଖିଳ ପଟେଲ, ସୁଦର୍ଶନ ପଟେଲ, କୈଳାଶ ପାଣିଗ୍ରାହି ସମେତ ଅନେକ ସହଯୋଗ କରିଥିଲେ ।