ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉସବ ନେଇ ବୈଠକ

ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ସ୍ଥିତ ମଙ୍ଗଳା ପଡିଆ ନିକଟରେ ନବନିର୍ମିତ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉସôବ ଆସନ୍ତା ମଇ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ପାଇଁ ନିର୍ମିତ ମୂର୍ତ୍ତି ଏବଂ ପାର୍ଶ୍ୱ ଦେବତାଙ୍କୁ ଶୋଭାଯାତ୍ରାରେ ଭଜନ କୀର୍ତ୍ତନ, ବଜାର  ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ସ୍ଥାନକୁ ନିଆଯାଇଥିଲା । ପରେ ଏହି ମୂର୍ତ୍ତିକୁ ଧାନ୍ୟା ଅଭିଶେକ କରାଯାଇଥିଲା । ମୁଖ୍ୟ ପୁରୋଧା ପଣ୍ଡିତ ବିଷ୍ଣୁମୋହନ ପଣ୍ଡା ସହଯୋଗୀ ଗୋପିନାଥ ପଣ୍ଡା, ପ୍ରଦୁ୍ୟମ୍ନ କୁମାର ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ରାଜୁ ସ୍ୱାଇଁ, ରମାକାନ୍ତ ରାଉତ, ରାଜୁ ପଣ୍ଡା, ଅନୁକୂଳ ବିଶ୍ୱାଳ, ରାମ ଶଙ୍ଖୁଆ, ଶିବ ପଣ୍ଡା ସମେତ ଶତାଧିକ ଭକ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।