ଗୋଶାଳାକୁ ନେଇ ବିବାଦ  ଥାନାରେ ମାମଲା

 ନିଆଳି:   ନିଆଳି ଥାନା ଅଧିନସ୍ତ ବିଳାଶୁଣୀ ପଞ୍ଚାୟତ ବିଳାଶୁଣୀ ଗ୍ରାମରେ ବଜରଙ୍ଗୀ ଦଳ ପକ୍ଷରୁ ଏକ ଗୋ ଶାଳା ସରକାରୀ ଜାଗାରେ କରାଯାଇଛି । ଗୋ ଶାଳାକୁ ଲାଗି ରହିଥିବା ଏକ ସରକାରୀ ଜାଗାରେ ଲିଶା ଶବରଙ୍କ ଘର ଗୋରୁମାନେ ତାଙ୍କ ଘର ଆଡକୁ ଯିବା ଆସିବା କରିବାରୁ ଲିସା ଗୋ ସୁରକ୍ଷା ମଞ୍ଚର କର୍ମ କର୍ତ୍ତାଙ୍କ ନାମରେ ନିଆଳି ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ମିଥ୍ୟା ଘଟଣା ଦର୍ଶାଇ ଗୋ ସୁରକ୍ଷା ମଞ୍ଚ ପକ୍ଷରୁ ସୌମ୍ୟ ରଂଜନ ମହାନ୍ତିଙ୍କ ନେତୃତ୍ୱରେ ୫୦ ରୂ ଉର୍ଦ୍ଧ କର୍ମକର୍ତ୍ତା ମାନେ ଅଚାନକ ପଡିଆରୁ ବାହାରି ନିଆଳି ଥାନା ପରିସରକୁ ଯାଇ ପ୍ରତିବାଦ କରିଥିଲେ । ନିଆଳି ପୁଲିସ ପକ୍ଷରୁ ଉଭୟଙ୍କୁ ବୁଝାସୁଝା କରିବା ପରେ ନିଆଳି ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।