ଜଳ ପରିମଳ କର୍ମଶାଳା
ଭଣ୍ଡାରିପୋଖରୀ : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଜଳ ପରିମଳ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଡିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ଜଳ ପରିମଳ ଅଧିକାରିଣୀ ରିତାରାଣୀ ନାୟକ ଓ ଜିଲ୍ଲା ଜଳ ଅନୁସନ୍ଧାନକାରିଣୀ ସାବିତ୍ରୀ ବିଶ୍ୱାଳ ଯୋଗଦେଇ ସମ୍ପ୍ରତି ଉକôଟ ଜଳ ସମସ୍ୟା କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ । ଋତୁକାଳୀନ ଜଳବାହିତ ରୋଗ ପ୍ରତି ସଚେତନ ରହିବା ଓ ରାସାୟନିକ ପଦାର୍ଥ ମିଶ୍ରିତ ଜଳ ସେବନର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ । ବିଭିନ୍ନ ପଞ୍ଚାୟତର ଏମ.ବି.କେ. ଓ ସି.ଆର.ପି. ଏହି କର୍ମଶାଳାରେ ଯୋଗଦେଇଥିଲେ । ଉଦୟନାଥ ବେଜ ଧନ୍ୟବାଦ ଦେଇଥିଲେ ।