ମା’ ମଙ୍ଗଳାଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା
ବନ୍ତ: ବନ୍ତବ୍ଲକ ଟିଲୋ ପଞ୍ଚାୟତ ପୋଡାପାଟଣା ଗ୍ରାମରେ ମା’ ମଙ୍ଗଳାଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସôବ ହୋଇଛି । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହେବ, ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଦୀରୁ ଘଟ ଉତ୍ତୋଳନ କରାଯାଇ, ଗ୍ରାମ ପରିକ୍ରମା ପୂର୍ବକ ଯଜ୍ଞ ମଣ୍ଡପକୁ ଅଣା ଯାଇଥିଲା । ପୂଜକ ଭାସ୍କରଚନ୍ଦ୍ର ଶତପଥି, ଶଶିକାନ୍ତ ମହାପାତ୍ର, ପୂର୍ଣଚନ୍ଦ୍ର ଶତପଥି, ଶୁକଦେବ ପଣ୍ଡା ପ୍ରମୁଖ ଶୁଭ ଅଧିବାସ ଅଙ୍କୁରୋସôବ, ସୂର୍ଯ୍ୟ ପୂଜା, ଗୋପୂଜା, ଅଗ୍ନିସ୍ଥାପନ, ମନ୍ଦିର ପ୍ରତିଷ୍ଠା, ଦେବୀ ପୂଜନ, ସର୍ବଦେବତା ନ୍ୟାସ, ଶୋଡଶ ଉପଚାର ପୂଜା, ଚଣ୍ଡୀପାଠ ସମେତ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନା କରିଥିବା ବେଳେ କର୍ତ୍ତା ଗୋବିନ୍ଦ ଚନ୍ଦ୍ର ସାହୁ, ମିନତୀ ସାହୁ, ସେବାକାରୀ ଜାନକୀ ସାହୁ, କୁମୁଦୁନି ବାରିକ କାର୍ଯ୍ୟ ତୁଲାଇ ଥିଲେ । ପ୍ରବଚକ ପ୍ରମୋଦ କୁମାର ପଣ୍ଡାଙ୍କ ଦ୍ୱାରା ଅଧାତ୍ମିକ ପ୍ରବଚନ, ପ୍ରସିଦ୍ଧ ଗାୟକ ସୁଧାକର ମିଶ୍ରଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଓ କୁନିକିନି ପିଲାଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ମା’ ମଙ୍ଗଳାଙ୍କ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ହରିହର ଓଝା,ପ୍ରଶାନ୍ତ ବେହେରା, ବିଷ୍ଣୁଚରଣ ବାରିକ,ରଘୁନାଥ ସାହୁ,ପ୍ରଭାକର ଜେନା,ବଟକୃଷ୍ଣ ସାହୁ,ରବୀନ୍ଦ୍ର ସାହୁ,ମହେନ୍ଦ୍ର ପଲେଇ, କାହ୍ନୁ ବେହେରା ସମେତ ଗ୍ରାମବାସୀ ବୃଦ୍ଧ ସହଯୋଗ କରିଥିଲେ । ଉକ୍ତ ମନ୍ଦିରଟି ଗ୍ରାମ ବାସୀଙ୍କ ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗରେ ନିର୍ମିତ ହୋଇଛି ।