ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର
ଦଶରଥପୁର : ସକ୍ଷମ ଅନୁଷ୍ଠାନ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇଶିବିରକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ, ବରିଷ୍ଠ ବିଜେପି ନେତା ଅମୀୟକାନ୍ତ ମଲ୍ଲିକ, ସଞ୍ଜୟ କୁମାର ନାୟକ, ସଂଗ୍ରାମ କେଶରୀ ପାତ୍ର, ମୃତୁ୍ୟଞ୍ଜୟ ମିଶ୍ର, ପ୍ରତୁ୍ୟଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଚକ୍ଷୁ, ଦନ୍ତ, ମେଡ଼ିସିନ୍ ବିଭାଗର ସୁନାମଧନ୍ୟ ଡାକ୍ତର କର୍ଣ୍ଣାଟ କେଶରୀ ଜେନା, ଉପେନ୍ଦ୍ର ବାରିକ, ରଜତକାନ୍ତ ଶତପଥି ଓ ସକ୍ଷମ ପୂର୍ବ ଓଡ଼ିଶାର ସଭାପତି ବସୁ ବାବୁ ଶିବିରରେ ଉପସ୍ଥିତ ରହି ରୋଗୀମାନଙ୍କ ପରୀକ୍ଷା କରିବା ସହ ଆବଶ୍ୟକ ନିଦାନ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ନିରଞ୍ଜନ ସାହୁ, ରମାକାନ୍ତ ମଲ୍ଲିକ, ବିଜୟ ମଲ୍ଲିକ, ବିରଜା ପ୍ରସାଦ ଦାସ, ସତ୍ୟବ୍ରତ ବାଇ, ପୀୟୁଷ ନାୟକ, ପ୍ରିୟରଞ୍ଜନ ବାରିକ, ସୋମନାଥ ନାୟକ, ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।