ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ସିଂହପୁର : ରବିବାର ବିଞ୍ଝାରପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଳକୁଣ୍ଡ ନୂଆଗାଁ ଠାରୁ ଅଳକୁଣ୍ଡ୍ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଜେପି ନେତ୍ରୀ ବବିତା ମଲ୍ଲିକ, ନିରଂଜନ ବେଉରିଆ, ଭୁବନାନନ୍ଦ ସାମଲ, ପୁରୁଷୋତମ ବେହେରା, ଜିତେନ୍ଦ୍ର ବିଶ୍ୱାଳ, ଶେଖ୍ କାବୁଲ ବେଗ, ଶରତ ଚନ୍ଦ୍ର ଦାସ, ଜ୍ୟୋତିପ୍ରକାଶ ନାୟକଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପୁଲିସ ବାହିନୀ, ଅବସରପ୍ରାପ୍ତ ସାମରିକ ବାହିନୀ ଯୋଗ ଦେଇଥିଲେ ।