ମାଟ୍ରିକ ପରୀକ୍ଷା: ରେଗୁଲାର ୧୮ ଓ ମଧ୍ୟମା ୧୫ ଅନୁପସ୍ଥିତ

ଚଳିତ ମାସ ମାଟ୍ରିକ ପରୀକ୍ଷା ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ, ଏଥିଲାଗି ବରୀ ବ୍ଲକ୍ରେ ୧୩ଟି ପରୀକ୍ଷା କେନ୍ଦ୍ରରେ ୨୦୮୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ପରୀକ୍ଷା ଦେବାପାଇଁ ସ୍ଥିର ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ରେଗୁଲାରରେ ୧୮ ଓ ମଧ୍ୟମାରେ ୧୫ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିବା ଜଣାଯାଇଛି । ପ୍ରଥମ ଦିନ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ବିଧାନଚନ୍ଦ୍ର ଏକାଡେମୀ ବାଲିଆପାଳ ୫, କୃପାସିନ୍ଧୁ ବିଦ୍ୟାଭବନ ୨, ସରକାରୀ ହାଇସ୍କୁଲ ରାମଚନ୍ଦ୍ରପୁର ୪, କନକଦୁର୍ଗା ବିଦ୍ୟାପୀଠ ରେ ୧, ଅଭିମନୁ୍ୟ ସାମନ୍ତସିଂହାର ହାଇସ୍କୁଲରେ ୩, ହରିପୁର ହାଇସ୍କୁଲରେ ୧, ସମରେଶ୍ୱର ସ୍କୁଲ ସାହୁଡ଼ିଆରେ ୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ, ମଧ୍ୟମା ପରୀକ୍ଷାରେ ୧୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ନୋଡାଲ ସେଣ୍ଟରର ଦାୟତ୍ୱରେ ଥିବା ଜ୍ୟୋତି ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।