ମାଟ୍ରିକ୍ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ଖଇରା : ଖଇରା ସ୍ଥିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପକ୍ଷରୁ ଖଇରା ବ୍ଲକର ଏ-୧ ପ୍ରାପ୍ତ ୨୫ଜଣଙ୍କ ମଧ୍ୟରୁ ୨୨ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଖଇରା ଶିକ୍ଷକ ଭବନ ପରିସରରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ ପୌରହିତ୍ୟ କରିଥିଲେ । ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଦାମ ଚରଣ ରାଉତ ମୁଖ୍ୟବକ୍ତା, ଆଇନଜୀବୀ ବସନ୍ତ କୁମାର ବାରିକ, ରଘୁନାଥ ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଭରତ ଚନ୍ଦ୍ର ଦାସ, ମୁକ୍ତିକାନ୍ତ ପାଣିଗ୍ରାହୀ, ଶିକ୍ଷକ ନେତା ବିଷ୍ଣୁ ପ୍ରସାଦ ମିଶ୍ର, ଜଗନ୍ନାଥ ମହାପାତ୍ର,ନାରାୟଣ ମହାପାତ୍ର ଓ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଭଳି ସମ୍ବର୍ଦ୍ଧନା ପିଲାମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ପରେ ଅତିଥିଙ୍କ ଦ୍ୱାରା ଉପସ୍ଥିତ ପ୍ରତିଭାଧାରୀ ଟପ୍ପର ଛାତ୍ରୀଛାତ୍ରମାନଙ୍କୁ ପ୍ରତିଭା ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି କୁଞ୍ଜଲତା ମାହୁନ୍ତ ଅତିଥି ପରିଚୟ,ବୁଦ୍ଧିରାମ ପାଣିଗ୍ରାହୀ ବେଦପାଠ ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ବିବରଣୀ ପାଠ କରିଥିଲେ । ଥିସହ ସଭାପତିଙ୍କ ସମେତ ସଦସ୍ୟା ଶ୍ରଦ୍ଧାଞ୍ଜଳି ଖମାରୀ, ସଦସ୍ୟ ହେମନ୍ତ କୁମାର ନାୟକ, ସମ୍ବୁନାଥ ସେଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।