"ଆମ ପୋଷାକ ଆମ ପରିଚୟ’
ଯାଜପୁର ଟାଉନ: ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନର ତୃତୀୟ ଦିବସରେ ଜିଲା ସ୍ତରୀୟ "ଆମ ପୋଷାକ ଆମ ପରିଚୟ’ ଅଭିଯାନ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲା ପ୍ରଶାସନ ଆନୁକୁଲ୍ୟରେ ପାଳନ କରାଯାଇଛି । ଦିବସ ପାଳନ ଅବସରରେ ଅତିରିକ୍ତ ଜିଲାପାଳ ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ (ରାଜସ୍ୱ)ଶିବାନନ୍ଦ ସ୍ୱାଇଁ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲାପରିଷଦ) ଅଶୋକ କୁମାର ବେହୁରିଆ, ଉପ ଜିଲାପାଳ ଲମ୍ବୋଦର ଖୁଂଟିଆ, ଜିଲା ଜରୁରୀ ଅଧିକାରୀ ଅଶୋକ କୁମାର ବେହେରା, ଡେପୁଟି କଲେକ୍ଟର ସଂସ୍ଥା ଅଙ୍କିତା ବାରିକ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରି "ଆମ ପୋଷାକ ଆମ ପରିଚୟ’ ଅଭିଯାନରେ ସାମିଲ ହୋଇଛନ୍ତି ।