କଳାପଥର ବୋଝେଇ ଟ୍ରାକ୍ଟର ଜବତ


କବାଟବନ୍ଧ : କଟକ ବନଖଣ୍ଡ ବୈରୀ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅଧିନ ଗଡ଼ମଧୁପୁର ଫରେଷ୍ଟ ସେକ୍ସନ ବିଛାଖଣ୍ଡି ପାହାଡ଼ରୁ ଆଜି ଏକ ବେଆଇନ ଟ୍ରାକ୍ଟର ଜବତ କରିଛି । ଖବରରୁ ପ୍ରକାଶ ଯେ ବିଛାଖଣ୍ଡି ବେଆଇନ ପାହାଡ଼ରୁ କଳାପଥର ଚାଲାଣ ହେଉଥିବା ଖବର ପାଇ ବିଛାଖଣ୍ଡି ପାହାଡ଼ ଉପରେ ବନବିଭାଗ ଚଢ଼ାଉ କରିଥିଲା । ଏହି ଚଢ଼ାଉ କରିବା ସମୟରେ ଏକ କଳାପଥର ପରିବହନ ହେଉଥିବା ଟ୍ରାକ୍ଟରକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲା ବନବିଭାଗ ।ଡ୍ରାଇଭ କାଗଜ ପତ୍ର ଦେଖିଇ ନପାରିବାରୁ ବେଆଇନ ଦର୍ଶାଇ ଜବତ କରିଛି ବନବିଭାଗ ।ଏହି ଚଢ଼ାଉରେ ଗଡ଼ମଧୁପୁର ବନପାଳ ଚିତରଞ୍ଜନ ବିଶ୍ୱାଳ, ଗାର୍ଡ ସିପ୍ରା ମହାରଣା, ସ୍କ୍ୱାର୍ଡ ସମ୍ବିତ ରାଉତ,ଏସ କେ ଜାଭିର, ଅମୂଲ୍ୟ ପ୍ରଧାନ, ସତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲଥିଲେ । ଜବତ ଟ୍ରାକ୍ଟରକୁ ବିଭାଗୀୟ କାର୍ଯ୍ୟାଳୟ ରେ ରଖାଯାଇଥିବା ଜଣାପଡିଛି ।