ଦିବ୍ୟାଙ୍ଗଙ୍କୁ ସରକାରୀ ସହାୟତା
ଯାଜପୁର : କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରଫୁଲ୍ଲ କୁମାର ଦାସ(୪୧) ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ ଇନ୍ଦିରା ଗାନ୍ଧୀ ଭିନ୍ନକ୍ଷମ ଭତ୍ତା ୩ ହଜାର ୫ ଶହ ଟଙ୍କା ପ୍ରତି ମାସରେ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ମାସରେ ୫ କିଲୋ ଚାଉଳ ଯୋଗାଇ ଦିଆଯାଉଛି । ଅନ୍ତୋଦୟ ଗୃହ ଯୋଜନାରେ ଘର ଆବେଦନ କରାଯାଇ ପଂଚାୟତରାଜ ବିଭାଗ ଦ୍ୱାରା ଗୃହ ଅନୁମୋଦନ ହୋଇଛି । ଶ୍ରୀ ଦାସଙ୍କର ଦୈନଦିନ ଯିବା ଆସିବା କାର୍ଯ୍ୟକୁ ସୁଗମ କରିବା ପାଇଁ ଏକ ଧଳା ବାଡ଼ି ଯୋଗାଇ ଦିଆଯାଇଛି । ଏତଦ୍ ବ୍ୟତୀତ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ପ୍ରଦାନ ନିମନ୍ତେ ଧାର୍ଯ୍ୟ କରାଯାଇଛି । ସେହିପରି କାଚରା ସାହି ତିଳୋତମା ଜେନା ଭିନ୍ନକ୍ଷମ ମହିଳା ଅଛନ୍ତି । ସେ ଶତକଡା ୭୦ ଭାଗ ଦିବ୍ୟାଙ୍ଗ ଅଟନ୍ତି ଏବଂ ସେ ମଧୁବାବୁ ଯୋଜନାରେ ମାସିକ ୧୨୦୦ ଟଙ୍କା, ପିଡିଏସ ଚାଉଳ ୫ କିଗ୍ରା ଯୋଗାଇ ଦିଆଯାଉଛି ।