ଖଣ୍ଡୁଆଳିରେ ଲକ୍ଷ୍ମୀପୂଜା 


ାା ପ୍ରଭାନୁ୍ୟଜ ।ା ରଗଡ଼ି : କୋରେଇ ବ୍ଲକ ତାହାରପୁର ପଞ୍ଚାୟତ ଖଣ୍ଡୁଆଳିରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ଗ୍ରାମର ପ୍ରମୋଦ ଆଏଚ୍ ପରିବାରଙ୍କ ସକଳ ଉଦ୍ୟମରେ ଦୀର୍ଘ ୧୨ବର୍ଷ ଧରି ମାଆ ପୂଜା ପାଇ ଆସୁଛନ୍ତି । ଚଳିତବର୍ଷ ପୂଜା ୧୩ବର୍ଷରେ ପଦାର୍ପଣ କରିଥିବା ବେଳେ କର୍ତ୍ତା ଭାବେ ପ୍ରଦୀପ ଆଏଚ ଏବଂ କର୍ତ୍ତୀ ଭାବେ ସୁନିତା କାର୍ଯ୍ୟ ତୁଲାଇଥିଲେ । ଗତକାଲି ସଂନ୍ଧ୍ୟାରେ କଳସ ଶୋଭାଯାତ୍ରା ପରେ ବିଧିବ୍ୟବସ୍ଥା କ୍ରମେ ପୂଜାକାର୍ଯ୍ୟ ସଂପର୍ଣ୍ଣ ହୋଇଥିଲା । ମାତାଜୀ ଆଏଚ, ଟିକିଲି, ପ୍ରଫୁଲ, ପ୍ରଣବ, ଟୁଲିଆ, ବାବନ, କୁକଙ୍କ ସହ ଅନ୍ୟମାନେ ପୂଜା କାର୍ଯ୍ୟ ସଂପାଦନରେ ସହଯୋଗ କରିଥିଲେ ।