ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ
କଟକ : ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ସୋମବାର ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରାଞ୍ଚଳ ପରିବହନ ଉପଆୟୁକ୍ତ ଇଂଜିନିୟର ବିରଞ୍ଚି ନାରାୟଣ ଅଧିକାରୀ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । ଜିଲ୍ଲାପାଳ ସିନେ୍ଦ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଅନୁପାଳନ ଉପରେ ବିବୃତି ରଖିବାକୁ କହିବା ସହ ଅସପୂର୍ଣ୍ଣ ଥିବା କାର୍ଯ୍ୟଗୁଡ଼ିକ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । କଟକ, ନିଶ୍ଚିତକୋଇଲି, ଟାଙ୍ଗୀ, ହରିପୁର ଆଦି ରାସ୍ତାର ସମସ୍ୟା ଓ ଏହାର ସମାଧାନ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ତୃତୀୟପକ୍ଷ ଅଡ଼ିଟ ରିର୍ପୋଟ ଦାଖଲ କରିବା ପାଇଁ ବିଭିନ୍ନ ସଡ଼କ କର୍ତ୍ତୁପକ୍ଷଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ସାଲେପୁର, ଚାନ୍ଦପୁର ରାସ୍ତାରେ ଆବଶ୍ୟକ ସ୍ଥଳେ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ରାସ୍ତା ଉପରେ ହମ୍ପସ ନିର୍ମାଣ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ବାରଙ୍ଗ ନିକଟବର୍ତ୍ତୀ ରାସ୍ତା ଉପରେ ବାଲି ପରିବହନ ଯୋଗୁଁ ଜମି ରହୁଥିବା ବାଲିକୁ ପର୍ଯ୍ୟାୟକ୍ରମେ ନିର୍ଦ୍ଦିଷ୍ଟ କରାଯାଇଥିବା ଅଂଚଳ ସଫା କରିବା ନିମନ୍ତେ ଘାଟ ନିଲାମକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ରାସ୍ତା ଓ ଛକଗୁଡ଼ିକରେ ଟ୍ରାଫିକ ଲାଇଟକୁ ପୂର୍ଣ୍ଣକ୍ଷମ କରିବା ନିମନ୍ତେ ସହକାରୀ ପୋଲିସ ଆୟୁକ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏହାଛଡ଼ା ହାଓଡ଼ା ମୋଟର ଛକରୁ ପ୍ରମୋଦ ହୋଟେଲ ଓ ରାମମନ୍ଦିର ରାସ୍ତା ଅଂଚଳରେ ରାସ୍ତା ଉପରେ ବେଆଇନ ପାର୍କିଂ ହଟାଇବା ନିମନ୍ତେ ଉପଯୁକ୍ତ ପାର୍କିଂ ସ୍ଥାନ ଚିହ୍ନଟ କରି କମିଟିକୁ ଜଣାଇବା ନିମନ୍ତେ ଅନୁରୋଧ କରାଯାଇଥିଲା । ପେଟାନାଳ ନିକଟ ରାସ୍ତା ଉପରୁ ପରିବା ଓ ମାଛ ବିକ୍ରେତାଙ୍କୁ ଅପସାରଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ କଟକ ଜିଲ୍ଲା ବସ ମାଲିକ ସଂଘ ଓ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଓ ଇସ୍ପିତା ପି୍ରୟଦର୍ଶିନୀ ମିଶ୍ରଙ୍କ ସମେତ ବିଭିନ୍ନ ସ୍ୱେଚ୍ଚାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।