ସୁରକ୍ଷା ପାଇଁ ବନ କର୍ମଚାରୀଙ୍କ ଦାବିପତ୍ର 

 ମାଲକାନଗିର: କର୍ମରତ ସମୟରେ ବନ ବିଭାଗ କର୍ମୀ ଅସୁରକ୍ଷିତ । କିଛିଦିନ ତଳେ ଅନୁଗୁଳ ଜିଲ୍ଲାରେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରି  ପ୍ରାଣ ହରାଇଥିଲେ । ପୂର୍ବରୁ ଅନେକ ଥର ଅନେକ ସମୟରେ ଫରରେଷ୍ଟର, ଗାର୍ଡ ଦୁର୍ବୃତ୍ତ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହାର ପ୍ରତିବାଦ ସ୍ୱରୂପ ଓଡିଶା ଅଣ ଗାଜେଟ୍ ବନ କର୍ମଚାରୀ ରାଜ୍ୟ ସଙ୍ଘ ପକ୍ଷରୁ ସରକାରଙ୍କ ଠାରେ ତିନି ଦଫା ଦାବି ନେଇ ବନବିଭାଗ କର୍ମଚାରି କଳା ବ୍ୟାଚ୍ ପିନ୍ଧି ୩ଦଫା ଦାବି ପୂରଣ ନିମନ୍ତେ କାର୍ଯ୍ୟରତ ଅଛନ୍ତି । ଏହି ଶାନ୍ତି ପୂରଣ ପାଳନ କରୁଛନ୍ତି ଚିତ୍ରକୋଣ୍ଡା ବନବିଭାଗ କର୍ମଚାରିମାନେ ସଙ୍ଘ ଡାକରାରେ ସାମିଲ ହୋଇଛନ୍ତି । ଦାବି ଗୁଡିକ ହେଲା, କାର୍ଯ୍ୟ ସମୟରେ ସେମାନଙ୍କ ସୁରକ୍ଷା ନେଇ କାର୍ଯ୍ୟନୁଠନ ନିଆଯାଉ, ଫରେଷ୍ଟ କମିଶନ ଗଠନ କରାଯାଉ, ସାଲାରୀ ଓ ଇଂସୁନରାଂଶ ପ୍ୟକେଜ ଦିଆଯାଉ । ଏହି ୩ଦଫା ଦାବିକୁ ନେଇ ଚଳିତ ମାସ ୯ ତାରିଖରୁ ମୁଖ୍ୟମନ୍ତ୍ରୀ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଆସନ୍ତା ୧୫ତାରିଖରୁ କଳା ବ୍ୟାଚ୍ ପିନ୍ଧି ଜଙ୍ଗଲ ସୁରକ୍ଷା ଛଡା ଅନ୍ୟ କାର୍ଯ୍ୟ କରିବୁ । ୨୧ ତାରିଖ ସୁଦ୍ଧା ସରକାର ଆମ ଦାବି ନ ଶୁଣିଲେ ରାଜ୍ୟର ସମସ୍ତ କର୍ମଚାରି ସାମୂହିକ ଛୁଟି ନେବୁ ବୋଲି କହିଛନ୍ତି ଚିତ୍ରକୋଣ୍ଡ ବନ ବିଭାଗର ଫରେଷ୍ଟର ନିରଞ୍ଜନ ସାର୍କା ।