ଅଙ୍ଗନବାଡି କେନ୍ଦ୍ରରୁ ନଳକୂଅ ଚୋରି 

କାଳିଆପାଣି : ବରଗଜି ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଥିବା ନଳକୂଅଟି ଚୋରି ହୋଇଯାଇଛି । କାଳିଆପାଣି ଥାନା ରାଁସୋଳ  ପଂଚାୟତର ବରଗଜି ଗାଁଟି ଏକ ଆଦିବାସୀ ରାଜସ୍ୱ ମୌଜା । ଦୀର୍ଘ ୪୧ବର୍ଷ ପୂର୍ବେ ଉକ୍ତ ଅଙ୍ଗନବାଡି କେନ୍ଦ୍ରଟି ନିର୍ମାଣ ହୋଇଥିଲା । ଆମ ଗାଁ ଅଙ୍ଗନବାଡି କେନ୍ଦ୍ର ବରଗଜି ଠାରେ ଥିବା ନଳକୂଅଟି ଗତ ୨ବର୍ଷ ପୂର୍ବରୁ ଚୋରି ହୋଇ ଥିବାର ଦେଖିବାକୁ ମିଳିଛି । ଅଙ୍ଗନବାଡି ଗୃହ ସମ୍ମୁଖନରେ ଥିବା ନଳକୂଅଟିର ପମ୍ପ ଏବଂ ତାର ସହିତ ପାଇପ ଗୁଡିକୁ କେହି ଦୁର୍ବୁତ ଚୋରି କରି ନେଇଥିବାର ଦେଖିବାକୁ ମିଳିଛି । ବରଗଜି ଗ୍ରାମର ଦୁଇଟି ସାହିର କେବଳ ଆଦିବାସୀ ଶ୍ରେଣୀର ଶିଶୁ ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ଅଧ୍ୟୟନ କରନ୍ତି । ପିଲାମାନଙ୍କ ପାଇଁ ରନ୍ଧ୍ୟାଖାଦ୍ୟ ନିମନ୍ତେ ଆବଶ୍ୟକ ପାଣିର ଅସୁବିଧା ଯୋଗୁଁ ଦୂରରେ ଥିବା ଏକ ପରିତ୍ୟକ୍ତ ନଳକୂଅରୁ ପାଣି ଆଣିବାକୁ ପଡିଥାଏ । ସମ୍ପୂର୍ଣ ଆଦିବାସୀ ଶ୍ରେଣୀର ଗରିବ ପିଲାମାନେ ଉକ୍ତ ପରିତ୍ୟକ୍ତ କୂଅରୁ ପ୍ରତିଦିନ ପିଇବା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏମିତିରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥିବାରୁ ଚୋରି ହୋଇଯାଇଥିବା ନଳକୂଅଟିକୁ ପୁନର୍ବାର ମରାମତି ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଆବେଦନ କରାଯାଇଛି