ମୁଖ୍ୟଚିକିତ୍ସାଳୟ ଅଧିକ୍ଷକଙ୍କ ବଦଳି : ଖାଲି ପଡିଛି ଡାକ୍ତର ପଦବୀ, ନିଯୁକ୍ତିର ନାଁ ନାହିଁ

 ଆନନ୍ଦପୁର : ଆନନ୍ଦପୁର ମୁଖ୍ୟ ଚିକତ୍ସାଳୟ ଅଧିକ୍ଷକ ଡ. ଧନେଶ୍ୱର ସେଠୀଙ୍କ ପଦୋନୋତି ହୋଇଥିବାରୁ ତାଙ୍କର ବଦଳି ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଚିଠି ନଂ ୨୧୯୭୦/୨୮.୦୭.୨୫ ଅନୁଯାୟୀ ଡ. ସେଠୀ ନୂଆପଡା ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଭାବେ ପଦୋନ୍ନତି ପାଇ ବଦଳି ହୋଇଛନ୍ତି । ସେହିପରି ସେଠାରେ ସେ ଭେଷଜ ବିଶେଷଜ୍ଞ ଭାବେ କାର୍ଯ୍ୟ କରିବେ ବୋଲି ବଦଳି ନିଦେ୍ର୍ଦଶନାମାରେ ଉଲ୍ଲେଖ କରାଯାଇଥିବାବେଳେ, ତାଙ୍କ ସ୍ଥାନରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ସୂଚନାଯୋଗ୍ୟ ପୂର୍ବରୁ ମୁଖ୍ୟ ଚିକତ୍ସାଳୟରେ ଅନେକ ଡାକ୍ତରୀ ପଦବୀ ଖାଲି ପଡିଥିବା ବେଳେ, ବର୍ତମାନ ଅଧିକ୍ଷକ ପଦବୀ ବି ଖାଲି ପଡିଲା । ସରକାର ଏହି ଘଟଣା କୁ ଗମ୍ଭୀରତାର ସହିତ ନନେଲେ ଆଗାମୀ ଦିନରେ ରୋଗୀ ଦେଖିବା ସମସ୍ୟା ଅସମ୍ଭାଳ ହୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ