ଯୋଗାସନ ପ୍ରତିଯୋଗିତା 

 ଭଦ୍ରକ : ଯୋଗାସନ ସହ ଯୋଗ କ୍ରୀଡାକୁ ଯୋଡି ରାଜ୍ୟ ଓ ଜାତୀୟ ଆନ୍ତର୍ଯାତୀୟସ୍ତରରେ ପହଂଚାଇ କ୍ରିଡାବିତ୍ ତିଆରି କରିବାର ପ୍ରୟାସରେ ଯୋଗାସନ ସ୍ପୋର୍ଟସ ଆସୋସିଏସନ ତରଫରୁ ଏକ ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଯୋଗାଚାର୍ଯ୍ୟ ବସନ୍ତ ଖିଲାରଙ୍କ ନେତୃତ୍ୱରେ ଓ ଯୋଗୀ ବିଦ୍ୟାଧର ସାହୁଙ୍କ ସଂଯୋଜନାରେ ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଜୁନିୟର, ସବ୍ଜୁନିୟର, ସିନିୟର ବିଭାଗରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ସମାପନ ପର୍ବରେ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜସେବୀ ଚୈତାଳୀ ଖିଲାର, ମମତାମୟୀ ବେହେରା ଓ ଓକିଲ ସଂଘ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର । ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ବିଚାରକ ଭାବେ ପବିତ୍ର ମହାନ୍ତି, ସୌମ୍ୟ ରଞ୍ଜନ ମଲିକ, ରିନୁଲତା ଭାରତୀ, ଦିପାଳୀ ବେହେରା, ବସନ୍ତ ଖିଲାର ଓ ଅନ୍ୟମାନେ ଦାୟିତ୍ୱ ତୁଲାଇଥିଲେ । ଏଥିରେ କବିତା ସେଠୀ, ଲିପାରାଣୀ ପଣ୍ଡା, ଜ୍ୟୋସ୍ନାରାଣା ଓଝା, ସଂଗୀତା ସାହୁ, କଳ୍ପନା ମହାପାତ୍ର, ସ୍ମରଣିକା ବେହେରା, ପ୍ରମୋଦ ସାହୁ, ମମତା ଦାସ, ମଧୁସ୍ମିତା ବେହେରା ପ୍ରମୁଖ ଯୋଗ ଗୁରୁ ସହଯୋଗ କରିଥିଲେ ।