ବିଭିନ୍ନ ଦାବିରେ ଜୁଆଙ୍ଗ ଆଦିବାସୀଙ୍କ ଧାରଣା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ୧୭୪ଟି ଗାଁରୁ ଆସିଥିବା ପ୍ରାୟ ୫ ହଜାର ଜୁଆଙ୍ଗ ଆଦିବାସୀ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ସେମାନେ ପ୍ରଥମେ ବାଜିଚୌକ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ସେମାନଙ୍କ କହିବାନୁଯାୟୀ, ୭୮ ବର୍ଷ ହେବ ଦେଶ ସ୍ୱାଧୀନ ହୋଇସାରିଥିଲେ ମଧ୍ୟ ଏହି ୧୭୪ ଟି ଗାଁ ମଧ୍ୟରୁ ପ୍ରାୟ ଅନେକ ଗାଁରେ ଆଜି ଯାଏଁ ପିଇବା ପାଣି, ଇଲେକ୍ଟ୍ରି ଓ ପକ୍କା ରାସ୍ତା ଭଳି ସାମାନ୍ୟ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରାଇବାରେ ନେତା ଓ ଅଫିସରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହା ଅତ୍ୟନ୍ତ ଲଜ୍ୟାଜନକ ବିଷୟ । ସେହିପରି ଜୁଆଙ୍ଗ ଆଦିବାସୀମାନଙ୍କୁ ଜନମନ ଯୋଜନାରେ ଘର ଖଣ୍ଡେ କିମ୍ବା ଭୂମିହୀନଙ୍କୁ ଘରଡିହ ପଟ୍ଟା ଏବଂ ଜଙ୍ଗଲ ଅଧିକାର ପ୍ରମାଣ ପତ୍ର ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି । ପରେ ଜିଲ୍ଲାପାଳ ଏବଂ ଡିଡବ୍ଲୁ୍ୟଓ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରିଥିଲେ । ଏହି ପ୍ରତିନିଧିମଣ୍ଡଳୀରେ ପ୍ରତି ବ୍ଲକରୁ ଜଣେ ଲେଖାଏଁ ଜୁଆଙ୍ଗ ଆଦିବାସୀ ସଦସ୍ୟ ଭାବରେ ରହିଛନ୍ତି । ସେମାନେ ହେଲେ ରବି ପଧାନ, ସୁରେଖା ପଧାନ, ପୁନି ପଧାନ, ମଧୁ ନାଏକ, ନରେନ୍ଦ୍ର ନାଏକ, ରଘୁ ପଧାନ, ମହାଦେବ ପଧାନ ଏବଂ ତୀର୍ଥବାସୀ ପଧାନ । ୧ ମାସ ମଧ୍ୟରେ ଦାବିପୂରଣ କରା ନ ଗଲେ ଆଗାମୀ ୨୩ ଅଗଷ୍ଟ ଦିନ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ଗଣ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ ବୋଲି ଏହି ଆଦିବାସୀ ନେତା ମାନେ ପ୍ରକାଶ କରିଛନ୍ତି । ତେବେ ଡିଡବ୍ଲୁ୍ୟଓ ରୁଦ୍ରପ୍ରସନ୍ନ ପରିଜା ଆଜି ସମସ୍ତ ବିଡିଓ, ତହସିଲହାର, ଆରଡବ୍ଲୁଏସଏସ୍ ଏକକୁ୍ୟଟିଭ୍ ଇଂଜିନିୟର, ଜିଲ୍ଲା ପରିଷଦ ଏକକୁ୍ୟଟିଭ୍ ଅଫିସର୍ ସମେତ ବିଭିନ୍ନ ଅଧିକାରୀଙ୍କୁ ୧ ସପ୍ତାହ ମଧ୍ୟରେ ଫିଲ୍ମ ଲେବଲ୍ ଏନକ୍ସାରୀ କରି ରିପୋର୍ଟ୍ ଦାଖଲ କରିବାକୁ ତ୍ୱରିତ ନିଦେ୍ର୍ଦଶ ଦେଇଛନ୍ତି ବୋଲି ଧାରଣାର ନେତୃତ୍ୱ ନେଇଥିବା ଇଂ ହୋତା ସୂଚନା ଦେଇଛନ୍ତି ।