ବିରୋଧୀଙ୍କୁ ଏମିତି ଜବାବ ଦେଲେ ମନ୍ତ୍ରୀ
ଭୁବନେଶ୍ଵର: ନୂଆ ଏନଏସି ଚିଠା ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗରେ ରାଜନୀତି ଆରମ୍ଭ। ଏହି ପ୍ରସଙ୍ଗରେ ବିଜେଡି କହିଛି, ନବୀନଙ୍କ ନିଷ୍ପତିକୁ ନିଜର କହି ନୂଆ ସରକାର ଘୋଷଣା କରୁଛି। ପୂର୍ବ ସରକାର ଅମଳରେ ୫୭ ଅଞ୍ଚଳକୁ ଏନଏସି ଘୋଷଣା କରାଯାଇଥିଲା। ସେହିପରି କଂଗ୍ରେସ କହିଛି ବର୍ଷ ବର୍ଷ ଧରି ପଞ୍ଚାୟତ ଲୋକେ ଚାହୁଁଛନ୍ତି ମ୍ୟୁନିସପାଲଟି କିମ୍ବା NACରେ ରହିବା ପାଇଁ। ବାକି ଥିବା ପଞ୍ଚାୟତକୁ କେବେ NAC ଘୋଷଣା କରାଯିବ। ତେବେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ସହରୀକରଣ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁତ ପଛରେ। ଦିନେ ଦୁଇ ଦିନ ଭିତରେ ଆଉ ୯ଟି ତାଲିକା ପ୍ରକାଶ ପାଇବ।
୧୨ ନୂଆ ଏନଏସି ଚିଠା ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗରେ ପ୍ରତକ୍ରିୟାରେ ବିଜେଡି କହିଛି ନବୀନଙ୍କ ନିଷ୍ପତିକୁ ନିଜର କହି ନୂଆ ସରକାର ଘୋଷଣା କରୁଛି। ନବୀନ ସରକାର ଯାହା ନିଷ୍ପତି ନେଇଥିଲେ ତାକୁ ବନ୍ଦ କରି ନିଜେ ନାଁ ନେବା ପାଇଁ ୧୨ ଏନଏସି ଘୋଷଣା କରାଯାଇଛି। ପୂର୍ବ ସରକାରରେ ୫୭ ଅଞ୍ଚଳକୁ ଏନଏସି ଘୋଷଣା କରାଯାଇଥିଲା। ଭାବିଚିନ୍ତି ନିଷ୍ପତି ନିଅନ୍ତୁ, ନହେଲେ ଆଗାମୀ ଦିନରେ ପ୍ରତି ଅଞ୍ଚଳରେ ଆନ୍ଦୋଳନ ଦେଖିବାକୁ ମିଳିବ ବୋଲି ବିଜେଡି କହିଛି। ସେହିପରି କଂଗ୍ରେସ କହିଛି ବର୍ଷ ବର୍ଷ ଧରି ପଞ୍ଚାୟତ ଲୋକେ ଚାହୁଁଛନ୍ତି ମ୍ୟୁନିସପାଲଟି କିମ୍ବା NACରେ ରହିବା ପାଇଁ। ପୂର୍ବ ସରକାର ନିର୍ବାଚନ ପୂର୍ବରୁ ୬ଟି NACକୁ ମ୍ୟୁନିସପାଲିଟି ଭାବରେ ଘୋଷଣା କରିଥିଲେ। ବାକି ଥିବା ପଞ୍ଚାୟତକୁ କେବେ NAC ଘୋଷଣା କରାଯିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହାର ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ସହରୀକରଣ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁତ ପଛରେ। ତେଣୁ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ୨୧ ଟି ଅଞ୍ଚଳକୁ ସହରୀକରଣ ପ୍ରକ୍ରିୟାରେ ସାମିଲ କରିବାକୁ ଡ୍ରାଫ୍ଟ ନୋଟିଫିକେସନ୍ କରିଛନ୍ତି। ୧୨ ନୂଆ NACର ତାଲିକା ପ୍ରକାଶ କରାଯାଇଛି। ଦିନେ ଦୁଇ ଦିନ ଭିତରେ ଆଉ ୯ଟି ତାଲିକା ପ୍ରକାଶ ପାଇବ। ପୁରୀ ମ୍ୟୁନିସିପାଲଟିକୁ ମୁନିସିପାଲ୍ କର୍ପୋରେସନରେ ପରିଣତ କରିବାର ନୋଟିଫିକେସନ୍ ମଧ୍ୟ ହୋଇସାରିଛି। ଆଗକୁ ସର୍ତ୍ତାବଳୀ ପୂର୍ଣ୍ଣ କରୁଥିବା ଅନ୍ୟ ଅଞ୍ଚଳକୁ NAC, ମ୍ୟୁନିସପାଲିଟି କିମ୍ବା କର୍ପୋରେସନ ମାନ୍ୟତା ଉପରେ ଆଲୋଚନା ଓ ପ୍ରକ୍ରିୟା ଆରମ୍ଭ ହୋଇଛି।