ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୌଳିକ ଅଧିକାର ଦାବି କଲା ଦଳିତ ସଂଘ


 ପାଣିକୋଇଲି: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ମୌଳିକ ଅଧିକାର ଦାବି କରିଛି ଦଳିତ ସଂଘ । ଡକ୍ଟର ବି.ଆର. ଆମ୍ବେଦକର ସେବକ ସଂଘ ଓଡ଼ିଶା ତରଫରୁ ରାଜ୍ୟ ଅତିଥି ଭବନରେ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସହ୧୦ଦଫା ସମ୍ଭଳିତ ସ୍ମାରକୀ ମାନପତ୍ର ପ୍ରଦାନ କରାଯାଇଛି । ସଂଘର ରାଜ୍ୟ ସଭାପତି ମନୋରଞ୍ଜନ ଜେନା, କାର୍ଯ୍ୟକାରୀ ସଭାପତି ଦୈତାରୀ ନୟକ, ସାବିତ୍ରୀ ବାଇ ଫୁଲେ, ସେବା ସଂଘ ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ଭୋଇ ସମାଜ ଭୁବନେଶ୍ୱର ନେତା ସୁକାନ୍ତ ଭୋଇ, ଶ୍ରୀନିବାସ ନାୟକ, ଅଶୋକ ନାୟକ, ଗଜେନ୍ଦ୍ର ମଲ୍ଲିକ ଓ ଶାନ୍ତନୁ ନାୟକ ପ୍ରମୁଖ ଭେଟି ସ୍ୱାଗତ କରିବା ସହ ରାଜ୍ୟରେ ଏସସି କମିଶନର କାର୍ଯ୍ୟଗଠନ, ଘରୋଇ ଶିଳ୍ପାନୁଷ୍ଠାନ ଓ ଠିକା ସଂସ୍ଥାରେ ୪୦% ସ୍ଥାନ ସଂରକ୍ଷଣ, ରାଜଧାନୀ ସମେତ ଜିଲା ଓ ସମସ୍ତ ବ୍ଲକରେ ଆମ୍ବେଦକର ଭବନ ଓ ସ୍ମାରକୀ ନିର୍ମାଣ, ଜଙ୍ଗଲ, ଖଣିଜ ସମ୍ପଦରେ ଆଦିବାସୀ ଦଳିତଙ୍କ ଭାଗିଦାରୀତା, ଭୂମିହୀନ ଆଦିବାସୀ ଓ ଦଳିତଙ୍କୁ ଜମିପଟ୍ଟା, ବାସହରାଙ୍କୁ ଗୃହ, ସମସ୍ତ ସ୍କୁଲ୍ରେ ଏକକ ସିବିଏସ୍ଇ ପାଠ୍ୟକ୍ରମ, ଛାତ୍ରଛାତ୍ରୀ ଓ ବୃତି ଓ ଆଟ୍ରୋସିଟି ସହାୟତା ରାଶି ବୃଦ୍ଧି, ତୁରନ୍ତ ମାମଲା ରୁଜୁ କରୁନଥିବା ଅଧିକାରୀଙ୍କ ବିରୁଦ୍ଧରେ ମାମଲା, ମେହେନ୍ତର ଜାତିକୁ ଏସସି ମାନ୍ୟତା, ଜମି ବିକ୍ରି ଖରିଦରେ ଟାକ୍ସମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।