ବସ ଧକ୍କାରେ ୨ମୃତ

 ନାଉଗାଁ  : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବାଲିଭଉଁରୀ ଶିଖରଘାଟ ମୁଖ୍ୟରାସ୍ତାର ପାଳସାହି ନିକଟରେ ଏକ ପଲସର ବାଇକ ସହିତ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତୁ୍ୟ ହୋଇଛି  । ଘଟଣାସ୍ଥଳରେ ଜଣଙ୍କର ମୃତୁ୍ୟ  ଘଟିଥିବ ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ଜଣକର ମୃତୁ୍ୟ ଘଟିଛି  । ଓଡି୧୩ୟୁ୦୮୫୪ ପଲସର ବାଇକରେ ପୁରି ଜିଲ୍ଲା ବାସେଳୀ ସାହିର ଅମିତ ସାହୁ ଓ ଚାରି ଜଣ ସାଙ୍ଗମାନଙ୍କ ସହିତ ଗୋରେଖ ନାଥ ଦର୍ଶନ କରି ଫେରୁଥିବା ସମୟରେ ପାଳସାହି ନିକଟରେ ସାଇକ୍ରୀଷ୍ଣା ବସ ସହିତ ମୁହାଁମୁହିଁ ଧକ୍କା ହୋଇମୃତୁ୍ୟ ଘଟିଛି  । ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି  । ଘଟଣା ସ୍ଥଳରେ ନାଉଗାଁ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ଫଳରେ ଲୋକ ମାନେ ରାସ୍ତାରୁ ହଟିଥିଲେ  । ନାଉଗାଁ ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ୍ତ କାନୁନଗୋ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରିରଖିଛନ୍ତି  ।