୫୧ ଜଣଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା
ଆସିକା: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୫୧ ଜଣଙ୍କୁ ମିଳିବ ନୂତନ ମଧୁବାବୁ ପେନ୍ସନ ଯୋଜନାର ସୁବିଧା ସୁଯୋଗ । ରାଜ୍ୟରେ ନୂତନ ସରକାର ଆସିବା ପରେ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଗତ ଜାନୁଆରୀ ୨୦୨୫ରୁ ଆରମ୍ଭ କରିଥିଲେ ୩୫୦୦ ଟଙ୍କାର ଭତ୍ତା ଦେବାର ବ୍ୟବସ୍ଥା । ଯେଉଁ ବ୍ୟକ୍ତିର ବୟସ ୮୦ବର୍ଷରୁ ଊଦ୍ଧ୍ୱର୍ ଏବଂ ଯେଉଁ ହିତାଧିକାରୀ ଙ୍କ ଶାରୀରିକ ଅକ୍ଷମତା ଶତକଡା ୮୦% କିମ୍ବା ତଦୁର୍ଦ୍ଧ ହେଲେ ସେମାନଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ମିଳିବା ନିମ୍ନନ୍ତେ ଘୋଷଣା କରି ହିତାଧିକାରୀମାନଙ୍କୁ ନୂତନ ପେନ୍ସନ୍ ଯୋଜନା ପ୍ରଦାନ କରିଥିଲେ । କୌଣସି କାରଣବଶତଃ ସେଥିରୁ ଆସିକା ଏନ୍ଏସିର ୧୮ ଗୋଟି ୱାର୍ଡର ଅନେକ ଯୋଗ୍ୟ ହିତାଧିକାରୀମାନେ ନୂତନ ପେନ୍ସନ ଯୋଜନାରୁ ବାଦ୍ ପଡ଼ିଥିଲେ । ଏ ନେଇ ଅନେକ ହିତାଧିକାରୀମାନେ ଏନ୍ଏସି କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ କରିଥିଲେ । ଦୀର୍ଘଦିନ ପରେ କର୍ତ୍ତୃପକ୍ଷ ଏନ୍ଏସିର ମୋଟ ୫୧ ଜଣ ହିତାଧିକାରୀ ନୂତନ ପେନସନ ଯୋଜନାରେ ସାମିଲ ହେଲେ । ସେଥିମଧ୍ୟରୁ ୩୧ ଜଣ ୮୦ବର୍ଷରୁ ଊଦ୍ଧ୍ୱର୍ ପୁରୁଷ କିମ୍ବା ମହିଳାଙ୍କୁ ଚିହ୍ନଟ ହୋଇ ଅନୁମୋଦନ ହୋଇଯାଇଛି । ଅନ୍ୟ ୨୦ଜଣଙ୍କ ଶତକଡା ୮୦% କିମ୍ବା ତଦୁର୍ଦ୍ଧ ଶାରୀରିକ ଅକ୍ଷମତା ରହିଥିବା ହିତାଧିକାରୀମାନଙ୍କୁ ଅଳ୍ପ ଦିନ ମଧ୍ୟରେ ନୂତନ ମଧୁବାବୁ ପେନସନର ଭତ୍ତା ୩୫୦୦ ଟଙ୍କା ଦେବା ପାଇଁ ଏନ୍ଏସି ପକ୍ଷରୁ ସ୍ଥିର କରାଯାଇଛି ।